ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ମହାତ୍ମାଗାନ୍ଧୀ ମାର୍ଗରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ସହ ଯାନବାହାନ ଚଳାଚଳ ଉପରେ କିଛି ରାସ୍ତାରେ ନିର୍ଦ୍ଧିଷ୍ଟ ସମୟ ପାଇଁ ରେକ ଲଗାଯିବ । ଆସନ୍ତା ୨୬ ତାରିଖ ସକାଳ ସାଢ଼େ ୬ଟାରୁ ‘ଗାନ୍ଧିମାଗ’ର୍ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଉକ୍ତ ରାସ୍ତା ଦେଇ ଯାଉଥିବା ବ୍ୟକ୍ତି ବିକଳ୍ପ ରାସ୍ତାରେ ଯିବେ ବୋଲି କମିଶନେରଟ୍ ପୁଲିସ ସୂଚନା ଦେଇଛି । ସକାଳ ୬ଟା ୩୦ରୁ ଉକ୍ତ ରାସ୍ତାରେ ଟ୍ରାଫିକ୍ କଟକଣା ଆରମ୍ଭ ହେବ । ଏଥିପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ରୁଟ୍ ଧାର୍ଯ୍ୟ କରାଯାଇଛି । ସକାଳ ସାଢେ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ଉପରେ ରେକ ଲଗାଯିବ । କୌଣସି ଗାଡି଼ ମହାତ୍ମାଗାନ୍ଧୀ ମାର୍ଗ ଦେଇ ଯିବା ଆସିବା କରିପାରିବନି । ସ୍ୱତନ୍ତ୍ର ପାସ୍ ଥିବା ଗାଡ଼ିଗୁଡିକ କେବଳ ଏହି ରାସ୍ତାରେ ଉତ୍ସବସ୍ଥଳକୁ ଯିବେ । ହାଉସିଂ ବୋର୍ଡ ଛକ ଦେଇ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଗାଡିଗୁଡି଼କ କେଶରୀ ହଲଠାରୁ ବାମ ପାଶ୍ୱର୍ ଗଳି ରାସ୍ତା ଦେଇ ଯାଇପାରିବ । ୧୨୦ ବାଟାଲିଅନରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡି ଗୁଡିକ ଏମଏଲଏ କେଲାନି େଽଇ ୪ନମ୍ବର ମାକେର୍ଟ ଆଡେ ଯିବ ।
ଜନପଥରୁ କୌଣସି ଗାଡିକୁ ମହାତ୍ମାଗାନ୍ଧୀ ମାର୍ଗ ଆଡ଼କୁ ଛଡ଼ା ଯିବନି । ଏହି ଗନ୍ତବ୍ୟସ୍ଥଳ ପାଇଁ ବିକଳ୍ପ ରାସ୍ତା ବାଛିବାକୁ ପୁଲିସ ପରାମର୍ଶ ଦେଇଛି । ସେହିପରି ଜୟଦେବ ଭବନ କଡେ଼ର ପୁଲିସ ବାରିକେଡ ରହିବ । ଏଜି ଛକରୁ ପିଏମ୍ଜି ଛକ ପର୍ଯ୍ୟନ୍ତ ଯାଉଥିବା ଗାଡ଼ି ସେଠାରୁ ଡାହାଣ ପାଶ୍ୱର୍ ଆଇଜି ପାର୍କ ଗଳି ଦେଇ ଇଡକଲ୍ ଅଡିଟୋରିୟମ ରାସ୍ତାରେ ଯାଇପାରିବ । ସେହିପରି ପରେଡ ରିହାଲସର୍ଲ ପାଇଁ ଆସନ୍ତା ୨୨ ଓ ୨୩ ତାରିଖ ଅପରାହ୍ଣ ୨ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏଁ ଗାନ୍ଧିମାର୍ଗ ବନ୍ଦ ରହିବ । ଆସନ୍ତା ୨୪ ରେ ସକାଳ ୭ଟାରୁ ସାଢ଼େ ୧୦ଟା ଯାଏଁ ମଧ୍ୟ ଏହି ରାସ୍ତାରେ ଗାଡି଼ମଟର ଯା’ ଆସ କରିପାରିବନି । ସେହିପରି ପରେଡ ପାଇଁ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେଗୁଡିକ ହେଲା ରେଲୱେ ଷ୍ଟେସନ ପାଖ ବିଡିଏ ବସ୍ ଷ୍ଟାଣ୍ଡ, କଂଗ୍ରେସ ଭବନ ସାମ୍ନା, ଇଡକଲ ଅଡିଟୋରିୟମ୍, ଜୟଦେବ ଭବନ ସାମ୍ନା, ରବିନ୍ଦ୍ର ମଣ୍ଡପ ସାମ୍ନାରେ ଏବଂ ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ ସାମ୍ନାରେ ପାକିଂ ବ୍ୟବସ୍ଥା କରାଯାଇଛି ।