ପ୍ରକୃତ ହିତାଧିକାରୀ ଇନ୍ଦିରା ଆବାସ ଯୋଜନାରୁ ବଞ୍ଚିତ…

ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରଭେଜା ପଞ୍ଚାଏତର ରଙ୍ଗପିଆଜଗୁଡ଼ା ଗ୍ରାମରେ ଏମିତି ଜଣେ ବୟସ୍କ ବ୍ୟକ୍ତି ଅଛନ୍ତି ତାଙ୍କର ଦୁଃଖର କଥା ବୁଝିବା ପାଇଁ କେହି ନାହାନ୍ତି l ସଂସାର କହିଲେ ଜଣେ, ଖରା ବର୍ଷାରେ ଅତି ଦୟନୀୟ ଅବସ୍ଥାରେ ଦିନ ବିତାଉଛନ୍ତି l ସୂଚନା ଅନୁଯାୟୀ ବିଗତ ପାଞ୍ଚ ବର୍ଷ ହେବ ଡଙ୍ଗରଭେଜା ପଞ୍ଚାଏତ ସମିତିର ରଙ୍ଗପିଆଜଗୁଡ଼ା ଗ୍ରାମର ଦାମୁ ଗୌଡ଼ ଗୋଟିଏ ଇନ୍ଦିରା ଆବାସ ପାଇଁ ଦୌଡ଼ି ଦୌଡ଼ି ହନ୍ତସନ୍ତ ହେଇ ଥକି ଗଲାଣି l ସରକାରୀ ବାବୁ ଓ ଗ୍ରାମ ପଞ୍ଚାଏତ ସମ୍ପ୍ରସାରଣ ଅଧିକାରୀ ବାବୁମାନେ ସବୁ ଜାଣି ଶୁଣି ଚୁପ ନା ଲାଞ୍ଚ ଦେଇ ପାରିବ ନାହିଁ କହି ଚୁପ ? ଏହି ରଙ୍ଗପିଆଜଗୁଡ଼ା ଗ୍ରାମରେ ତେଲିଆ ମୁଣ୍ଡରେ ତେଲ ବି ଦେଖିବାକୁ ମିଳୁଛି l ସରକାରୀ ଅନୁଦାନ ଯଦି ଏହି ପରି ପ୍ରକ୍ରୁତ ହିତାଧାରିଙ୍କୁ ଚିହ୍ନଟ ପ୍ରୟୋକ୍ରିୟାରେ ଚିହ୍ନଟ ନ ହୁଏ ତେବେ ଗ୍ରାମ ଶୋଭାରେ କି ପରି ହିତାଧାରିଙ୍କୁ ଚିହ୍ନଟ କରାଯାଏ କହି ରଙ୍ଗପିଆଜଗୁଡ଼ାର ବିଶିଷ୍ଟ ବିଶିଷ୍ଟ ଭଦ୍ରବ୍ୟକ୍ତିମାନେ ସେମାନଙ୍କର ମତ ବ୍ୟକ୍ତ କରିଛନ୍ତି l ଦାମୁ ଗୌଡ଼ ଉପାର୍ଜନ କରିବା ପାଇଁ ଅକ୍ଷମ ହେଇଥିବାରୁ ମାସରେ ଯେଉଁ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ତାହାହିଁ ଭରସା କରି ମାସ ଯାଏ ଏହି ଭଙ୍ଗା ଦଦରା ଘରେ ଜୀବନ ବିତାଉଛି ତାଙ୍କର ଦୁଃଖ କହିଲେ ନ ସରେ l ସରକାରଙ୍କ ମାଳାମାଳ ଯୋଜନା ଏହି ପରି ଉପର୍ଜନରେ ଅକ୍ଷମ ଲୋକ ମାନେ ବଞ୍ଚିତ ହେଉଛନ୍ତି ହେଲେ ସରକାରୀ ଯୋଜନା କାହା ପାଇଁ ? ରଙ୍ଗପିଆଜଗୁଡ଼ା ଗ୍ରାମର ଲୋକଙ୍କ କହିବା ଅନୁସାରେ ଦାମୁ ଗୌଡ଼ଙ୍କୁ ଗୋଟିଏ ଇନ୍ଦିରା ଆବାସ ଗୃହ ପ୍ରଶାସନଙ୍କୁ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ନ ହେଲେ କେତେବେଳେ ଏହି ଭଙ୍ଗା ଦଦରା ଘର ଭୁଷୁଡ଼ି ପଡ଼ି ଦାମୁ ଗୌଡ଼ର ମୃତ୍ୟୁ ହେବ ତାହା କେହି କହି ପାରିବ ନାହିଁ l ତେଣୁ ପ୍ରଶାସନ ଏହାକୁ ଗୁରୁତର ସହିତ ବିଚାର କରିବା ଉଚିତ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି

nis-ad
Leave A Reply

Your email address will not be published.