ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତରଙ୍ଗ ଯୁବ ମହାସଘଂର ସମ୍ପାଦକ ଶ୍ରୀ ବୁନାକହଁର ଓ ସମାଜ ସେବୀ ଅକ୍ଷୟ କୁମାର ନାୟକଙ୍କ ନେତୃତ୍ବରେ କେଳାପଡା ଗ୍ରାମ ପଚାଂୟତର ବିଭିହ୍ନ ଗ୍ରାମରୁ ୧୫ ବର୍ଷରୁ ୧୯ ବର୍ଷର ପୁଅ ଝିଅଙ୍କୁ ନେଇ କିଶୋର କିଶୋରୀ କ୍ଳବ ଗଠନ କରା ଯାଇଥିଲା । ଉକ୍ତ କ୍ଳବ୍ ଗଠନରେ ପୁଅ ଝିଅ ସମସ୍ତେ ଅଶଂଗ୍ରହଣ କରିଥିଲେ । କ୍ଳବର ପରିଚାଳନା କରିବା ନିମନ୍ତେ ଏକ ପରିଚାଳନା କମିଟି ଗଠନ କରା ଯାଇଥିଲା । କୁମାରୀ ଲିଶା ବେହେରା ସଭାନେତ୍ରୀ , ମିଲନ ବେହେରା ଉପ ସଭାପତି , କୁମାରୀ ରଶ୍ମିତା ଅମାତ ସମ୍ପାତିକା , କୁମାରୀ ଶ୍ମିତାଞଳୀ ବାରିକ ସହ ସମ୍ପାଦକ ,ଓ ବିକାଶ ଦିଗାଳ କୋଷାଧ୍ଯକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି କିଶୋର କିଶୋରୀ କ୍ଲବର ଲକ୍ଷ ଓ ଉଦ୍ଧେଶ୍ୟ ସାମାଜିକ କୁସଂସ୍କାର ବନ୍ଦ ପାଇଁ , ଝିଅ ପୁଅ ସମାନତା ପାଇଁ , ବାଲ୍ୟ ବିଭାହ ପ୍ରତିରୋଧ ପାଇଁ , କିଶୋର କିଶୋରୀକଂର ଅରର୍ନିହିତ ଗୁଣାବଳିର ବିକାଶ , ଶିଶୁ ଶ୍ରମିକ ପ୍ରତିବାଦ , ଶିଶୁଙ୍କ ସ୍ବାସ୍ଥ୍ୟ, ଶିକ୍ଷା , ଓ ଶାରୀରିକ ମାନସିକ ଦିଗରେ ସଚେତନ କାମ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି । କାର୍ଯ୍ୟ କ୍ରମର ଶେଷରେ ଦେଶ ପ୍ରେମ ସଂଗୀତ ଗାନ କରାଜିବା ସହିତ ବିଭିହ୍ନ ପ୍ରକାର ମାନସିକ ଅଭିବୃଧି ଖେଳ କରା ଯାଇଥିଲା । ଶେଷରେ “ଏହିମାଟି ଏହି ପାଣି ଆମେ ସବୁ ଭାଇ ଭଉଣୀ “”
“ସୁବିଧା ସୁଯୋଗ ଝିଅକୁ ଦିଅ ରାଷ୍ଟ୍ରପତି ବି ହୋଇବ ଝିଅ “
ସ୍ଲୋଗାନ ସହିତ କାର୍ଯ୍ୟକ୍ରମ ଶେଷ କରା ଯାଇଥିଲା ।