ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁରରେ ଆକ୍ରୋଶମୂଳକ ଭାବେ ଏକ ଗରିବ ପରିବାର ଦୋକାନ ଭାଙ୍ଗିଦିଆଯିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ସମେତ ସ୍ମୃତି ରଞ୍ଜନ ଷଡଙ୍ଗୀ ଓ ସୁରଜ ଦାଶଙ୍କ ବିରୋଧରେ ଦଫା ୩୪୧, ୨୯୪, ୫୦୬, ୩୨୩, ୩୫୪, ୪୨୭,୩୪ ଆଇପିସି ଧାରାରେ ଏକ ମାମଲା (ନଂ ୪୧/୨୩ )ରୁଜୁ ହୋଇଛି। ଏନେଇ ପୁରୁଷୋତ୍ତମପୁର ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି। ଏଥିସହ ତଦନ୍ତ ଲାଗି ଏସ୍ଆଇ ରାଜେଶ କୁମାର ଛତ୍ରିଆଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.