ନୋଡାଲ ଅଫିସରଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ପରିଦର୍ଶନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାରଙ୍ଗଡ଼ ପରିସରରେ ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିରକୁ ଶଙ୍କରା ଖୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ନୋଡାଲ ଅଫିସର ଡଃ ସନ୍ତୋଷ କୁମାର ପ୍ରଧାନ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଶ୍ରୀଯୁକ୍ତ ବିରଞ୍ଚି ଭୂୟାଁ ଅଧ୍ୟକ୍ଷ ଉପସ୍ଥିତ ରହି ପିଲାମାନଙ୍କୁ ତାଲିମ ଉପରେ ଆଲୋକପାତ କରାଇଥିଲେ । ଛାତ୍ରୀ ମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳ ଶିକ୍ଷା ଦିଆଯିବା ସମୟରେ ଲୋକନାଥ ବେହେରା,ମାଷ୍ଟର ଟ୍ରେନର ଅଧ୍ୟାପକ ବସନ୍ତ ଜେନା ଙ୍କ ସମେତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.