ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷଙ୍କ ସହିତ ଅସଦାଚରଣ ଘଟଣାର ଭିଡିଓ ସାମ୍ନାକୁ ଆସିଛି…

ନୂଆଦିଲ୍ଲୀ: ଦିଲ୍ଲୀରୁ ଗତକାଲି ଏକ ଚକିତ କରିଲା ଭଳି ଘଟଣା ସାମ୍ନାକୁ ଆସିଥିଲା। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କ ସହିତ ଜଣେ କାର ଚାଳକ ଅସଦାଚରଣ କରିବା ସହିତ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିବା ଜଣାପଡ଼ିଥିଲା। ତେବ‌େ ଆଜି ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ କାର ଚାଳକ ଜଣକ କିପରି ଭାବେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷଙ୍କୁ ଘୋଷ‌ାରି ନେଉଛନ୍ତି ତାହା ଦେଖିବାକୁ ମିଳୁଛି। ଏହି ଘଟଣା ଏମ୍ସ ନିକଟରେ ଘଟିଥିବା ଜଣାପଡ଼ିଛି। ଘଟଣା ଘଟିବାର ସଙ୍ଗେସଙ୍ଗେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିଲା।

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ମହିଳାମାନେ ଯିବା ଆସିବା‌ ସମୟରେ କେତେ ସୁରକ୍ଷିତ ସେନେଇ ଯାଞ୍ଚ କରିବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ଏହି ସମୟ‌ରେ ସେ ଅସଦାଚରଣ ଶିକାର ହୋଇଥିଲେ। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ଓ ଶୁଣିବାକୁ ମିଳୁଛି, ସ୍ବାତୀ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଛନ୍ତି। ତାଙ୍କୁ ଦେଖି ଜଣେ କାର ଚାଳକ ଗାଡ଼ି ଅଟକାଇଥିଲେ। ଏହାପରେ ସ୍ବାତୀ ତାଙ୍କୁ କହିଥିଲେ, ‘ ମୋତେ ଘରକୁ ଯିବାର ଅଛି। ରାସ୍ତା‌ରେ ମୋ ସମ୍ପର୍କୀୟ ଛିଡ଼ା ହୋଇଛନ୍ତି। ଏହାପରେ କାର ଚାଳକ ହରିଶ ଚନ୍ଦ୍ର ସ୍ବାତୀଙ୍କ ସହିତ ଅସଦାଚଣ କରିବା ପାଇଁ ଚେଷ୍ଟା କରିଥିଲେ। ଏଥିସହିତ କାରଝରକା ବାଟ ଦେଇ ସ୍ବାତୀ ହରିଶ ଚନ୍ଦ୍ରଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ କାର କାଚ ଉଠାଇ ତାଙ୍କୁ ୧୫ମିଟର ପର୍ଯ୍ୟନ୍ତ ଘୋଷ‌ାରି ନେଇଥିଲେ।
ଏହି ଘଟଣାକୁ ନେଇ ସ୍ବାତୀ ଦକ୍ଷିଣ ଜିଲ୍ଲା ପୁଲିସର ଜରୁରୀକାଳୀନ ସେବାକୁ ଫୋନ କରିଥିଲେ। ଘଟଣାର ୨୨ମିନଟ ଭିତରେ ଅଭିଯୁକ୍ତ କାର ଚାଳକଙ୍କୁ ପୁଲିସ ଗିରଫ କରି ନେଇଥିଲା। ଆଗାକୁ ଯାଞ୍ଚ ବି କରୁଛି ପୁଲିସ।

ଏହି ଘଟଣାର ଶିକାର ହେବାପରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଟୁଇଟ କରି କହିଥିଲେ, ‘ମୋର ଭାଗ୍ୟ ଭଲ ଥିଲା ସେଥିପାଇଁ ମୁଁ ବଞ୍ଚିଗଲି। ଦିଲ୍ଲୀରେ ମହିଳା ଆୟୋଗଙ୍କ ଅବସ୍ଥା ଯଦି ଏପରି ତେବେ ସାଧାରଣ ମହିଳାଙ୍କ ଅବସ୍ଥା କ’ଣ ହେଉଥିବା ତାହା ଆପଣ କଳ୍ପନା କରି ନିଅନ୍ତୁ।’

ନୂଆବର୍ଷ ଦିନ ରାତିରେ ଅଞ୍ଜଳି ନାମକ ଜଣେ ମହିଳାଙ୍କୁ ୧୪କିମି ପର୍ଯ୍ୟନ୍ତ ଘୋଷ‌ାରି ନେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ଘଟିବାର କିଛି ସପ୍ତାହ ପରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କ ସହିତ ଏମିତି ଘଟଣା ଘଟିବା ପରେ ଦିଲ୍ଲୀରେ ମହିଳାମାନେ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

nis-ad
Leave A Reply

Your email address will not be published.