ଏଲଏସି ନିକଟରେ ଚୀନର ନଦୀବନ୍ଧ : ଭାରତ ପାଇଁ କାହିଁକି ଚିନ୍ତାର କାରଣ.. ?

ନୂଆଦିଲ୍ଲୀ : ଲଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଚୀନ ସହ ସୀମା ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ। ଇତିମଧ୍ୟରେ ଚୀନ୍ ଅଧିକୃତ ତିବ୍ଦତରେ ବ୍ରହ୍ମପୁତ୍ର ନଦୀ, ଅର୍ଥାତ୍ ୟାର୍ଲୁଙ୍ଗ ଜାଙ୍ଗବୋ ଏବଂ ଗଙ୍ଗାର ଏକ ଉପନଦୀ ମାବଜା ଜାଙ୍ଗବୋ ଉପରେ ନିର୍ମାଣ କରାଯାଉଥିବା ଏକ ବୃହତ ଜଳବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରକଳ୍ପର ଉପଗ୍ରହ ଚିତ୍ର ସାମ୍ନାକୁ ଆସିଛି । ଏହା ଜଣାପଡ଼ିବା ପରେ ଭାରତର ଚିନ୍ତା ବଢିଯାଇଛି ।
ଆମେରିକାର ଇଣ୍ଟେଲ ଲ୍ୟାବର ଭୂବିଜ୍ଞାନ ଗବେଷକ ଡାମିଏନ୍ ସାଇମନ୍ ଏହି ଚିତ୍ରଗୁଡ଼ିକୁ ଜାରି କରି କହିଛନ୍ତି ଯେ ମେ ୨୦୨୧ ରେ ତିବ୍ଦତର ବୁରାଙ୍ଗ ଅଂଚଳରେ ଥିବା ମାବଜା ଜାଙ୍ଗବୋ ନଦୀରେ ଚୀନ ନିର୍ମାଣ କରୁଥିବା ବନ୍ଧର ଏହା ଏକ ପ୍ରମାଣ । ଏହା ଉତ୍ତରାଖଣ୍ଡ ରାଜ୍ୟ ଏହି ଅଞ୍ଚଳଠାରୁ ଅଳ୍ପ ଦୂରରେ ନାହିଁ ।
ଏହି ନଦୀବନ୍ଧ ସଂପୂର୍ଣ୍ଣ ହେବା ପରେ ଭାରତ ପାଇଁ ସମସ୍ୟା ଆରମ୍ଭ ହୋଇଯାଇପାରେ । କାରଣ ୟାର୍ଲୁଙ୍ଗ ଜାଙ୍ଗବା ନଦୀ ଭାରତରେ ବ୍ରହ୍ମପୁତ୍ର ଭାବେ ଜଣାଶୁଣା । ଭାରତ ଓ ବାଂଲାଦେଶ ଲୋକଙ୍କ ଜୀବନଜୀବିକା ପାଇଁ ଏହି ନଦୀ ବେଶ ଗୁରୁତ୍ବପୂର୍ଣ୍ଣ । ନଦୀବନ୍ଧ ହେବା ପରେ ଚୀନ ନିଜ ଇଚ୍ଛା ଅନୁସାରେ ନଦୀର ପାଣି ଅଟକାଇଦେବ ।
ଅନ୍ଯପକ୍ଷରେ ନେପାଳ-ଭାରତ ଓ ଚୀନ ତ୍ରିଛକି ନିକଟରେ ମାବଜା ଜାଙ୍ଗବୋ ନଦୀରେ ଚୀନ ନିର୍ମାଣ କରୁଥିବା ବନ୍ଧ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । କାରଣ ଏହି ନଦୀ ଗଙ୍ଗାର ଏକ ଉପନଦୀଭାବେ ଜଣାଶୁଣା ।
ଏସବୁ ନଦୀବନ୍ଧ ଦ୍ବାରା ଚୀନ ଚାହିଁଲେ ଭାରତରେ ମରୁଡ଼ି କିମ୍ବା ବନ୍ୟା କରିପାରିବ । ଏଣୁ ଭାରତ ପାଇଁ ଏହା ଚିନ୍ତାର କାରଣ ହୋଇଛି ।

nis-ad
Leave A Reply

Your email address will not be published.