ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କର୍ମଚାରୀଙ୍କୁ ନିର୍ଦ୍ଦେଶ: ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କର

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମସ୍ତ କର୍ମଚାରୀ ଜାନୁୟାରୀ ୩୧ ସୁଦ୍ଧା ଅନ୍‌ଲାଇନ୍‌ରେ ନିର୍ଦ୍ଧାରିତ ଫର୍ମାଟରେ ଏଚ୍‌ଆର୍‌ଏମ୍‌ଏସ୍ ପୋର୍ଟାଲରେ ସେମାନଙ୍କର ସମ୍ପତ୍ତି ତାଲିକା ଦାଖଲ କରିବା ନିମନ୍ତେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପତ୍ତି ତାଲିକା ଦାଖଲ ନକଲେ ଫେବୃଆରୀ ମାସ ପରଠାରୁ ସମ୍ପତ୍ତି ତାଲିକା ଦାଖଲ ପର୍ଯ୍ୟନ୍ତ କର୍ମଚାରୀଙ୍କ ଦରମା ବନ୍ଦ ରହିବ ବୋଲି ଏକ ଚିଠି ଯୋଗେ ଜଣାଇ ଦିଆଯାଇଛି ।

ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଫିସ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଡିଲ୍ କରୁଥିବା ସମ୍ପୃକ୍ତ ଅଫିସର ଦରମା ପ୍ରଦାନକାରୀ ଅଧିକାରୀଙ୍କୁ ସମ୍ପତ୍ତି ତାଲିକା ଦାଖଲ କରିନଥିବା କର୍ମଚାରୀମାନଙ୍କର ତାଲିକା ପ୍ରଦାନ କରିବେ । ଏହି ନିର୍ଦ୍ଦେଶନାମା ବିଭାଗର କେନ୍ଦ୍ରୀୟ ସେବା ଓ ସର୍ବଭାରତୀୟ ସେବାର ପଦାଧିକାରୀମାନଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ବୋଲି ଡ. ପାଢ଼ୀ ସ୍ପଷ୍ଟ କରିଛନ୍ତି । ପ୍ରକାଶ ଥାଉ କି ଓଡ଼ିଶା ଗଭର୍ଣ୍ଣମେଣ୍ଟ ସର୍ଭାଣ୍ଟ କଣ୍ଡକ୍ଟ (ଆମେଣ୍ଡମେଣ୍ଟ) ରୁଲସ୍ ୨୦୨୧ ଅନୁସାରେ ସମସ୍ତ ସରକାରୀ କର୍ମଚାରୀଙ୍କ ନିମନ୍ତେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବା ବାଧ୍ୟତାମୂଳକ । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୨୪୩୬,ତା. ୩୧/୧୨/୨୦୨୨ରେ ସମସ୍ତ କର୍ମଚାରୀ ତାଙ୍କର ବାର୍ଷିକ ସମ୍ପତ୍ତି ତାଲିକା ୨୦୨୩ ଜାନୁୟାରୀ ୩୧ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଏଚ୍‌ଆର୍‌ଏମ୍‌ଏସ୍‌ରେ ଦାଖଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ପଦୋନ୍ନତି ନିମନ୍ତେ ଏହି ସମ୍ପତ୍ତି ତାଲିକା ଦାଖଲ ମଧ୍ୟ ଜରୁରୀ ଅଟେ ।

nis-ad
Leave A Reply

Your email address will not be published.