କୋଣ୍ଡାଦୋରାମାନଙ୍କୁ ତଫସିଲଭୁକ୍ତ ଜନଜାତିରେ ସାମିଲ ପାଇଁ ପ୍ରାରମ୍ଭିକ ତଦନ୍ତ ପ୍ରକିୟାରେ ପଡ଼ିଲା ମୂଳଦୁଆ

ଚିତ୍ରକୋଣ୍ଡା : ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ପୂର୍ତ୍ତି ସତ୍ତ୍ଵେ ସୁଦ୍ଧା ଦଶନ୍ଧି ଦଶନ୍ଧି ଧରି ଆଦିବାସୀର ଜୀବନ ଶୈଳୀ , ଜୀବନ ଜୀବିକା ପାଇଁ ସଂଘର୍ଷ ସ୍ଵାଧୀନତା ପୂର୍ବରୁ ଅଦ୍ୟାବଧି ଜାରି ରହିଛି । ଏହି ଧାରାରୁ ବାଦ୍ ପଡ଼ି ନାହାନ୍ତି ଆଦିମ ଅଧିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ନାଗଲୁରୁ , ପାପୁଲୁର ଏବଂ କୁରୁମାନୁର ପଞ୍ଚାୟତର ହଜାରରୁ ଉର୍ଦ୍ଧ୍ୱ କୋଣ୍ଡାଦୋରା । ଏହି ସମ୍ପ୍ରଦାୟ ର ଆଦିବାସୀ ମାନେ ତଫସିଲଭୁକ୍ତ ଜନଜାତିର ମାନ୍ୟତା ନିମନ୍ତେ ଦାବି କରିଆସୁଥିଲେ ମଧ୍ୟ ସରକାର ଅବା ପ୍ରଶାସନଙ୍କ ତରଫରୁ ସେଭଳି କିଛି ସକାରାତ୍ମକ ଫଳାଫଳ ନ ପାଇ ନିରାଶ ହୋଇ ରହି ଆସୁଥିଲେ । ଏହି ପରିପ୍ରେକ୍ଷୀରେ କୋଣ୍ଡାଦୋରା ଜନସାଧାରଣଙ୍କ ପାଇଁ ଏକ ଖୁସିର ବିଷୟ ଯେ, ଆଜି କୋଣ୍ଡା ଦୋରା ମାନଙ୍କୁ ତଫସିଲଭୁକ୍ତ ଜନଜାତି ରେ ସାମିଲ ପାଇଁ ଆରମ୍ଭ ହୋଇଛି ତଦନ୍ତ ପ୍ରକିୟା l ସ୍ୱତନ୍ତ୍ର ଭାବରେ ଖୋଦ ସମ୍ମାନନୀୟ ଜାତୀୟ ଜନଜାତି ଆୟୋଗ ପକ୍ଷରୁ ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ ମାଲକାନଗିରି ଜିଲ୍ଲା ଗ୍ରସ୍ତ କରି ଚିତ୍ରକୋଣ୍ଡା ବ୍ଲକ କୁର୍ମାନୁର, ପାପୁଲୁର ଏବଂ ନାଗଲୁର ଗ୍ରାମକୁ ଯାଇ କୋଣ୍ଡାଦୋରା ଲୋକ ମାନଙ୍କ ସହ ସାକ୍ଷାତକାର ସହ ଆଲୋଚନା କରି କୋଣ୍ଡା ଦୋରା ମାନଙ୍କୁ ତଫସିଲଭୁକ୍ତ ଜନଜାତିରେ ସାମିଲ କରିବା ପାଇଁ ଏକ ପ୍ରକାରର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସୂଚନା ମିଳିଛି l ଉକ୍ତ ଗ୍ରସ୍ତ ତଥା ତଦନ୍ତ ସମୟରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ପ୍ରାକ୍ତନ ସାଂସଦ ବଳଭଦ୍ର ମାଝୀ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସକ୍ରିୟ ଅଂଶ ଗ୍ରହଣ ଏବଂ ସହାୟତା କରିଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ ପୂର୍ଣ୍ଣ ସହଯୋଗ କରଛନ୍ତି ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ସମେତ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ।
ତେବେ ପ୍ରକାଶ ଥାଉ କି ୨୦୧୪ ପର ଠାରୁ ତୃତୀୟ ଥର ପାଇଁ ଗତ ସେପ୍ଟେମ୍ବର ୨୦୨୨ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ୧୬୦ ଟି ସମ୍ପ୍ରଦାୟର ଆଦିବାସୀଙ୍କୁ ତଫସିଲ ଭୁକ୍ତ ଜନଜାତିର ମାନ୍ୟତା ପ୍ରଦାନ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାର ଫଳାଫଳ ସ୍ୱରୂପ ଗତ ୨୨ ଡିସେମ୍ବର ୨୦୨୨ ରେ ଓଡ଼ିଶାର କନ୍ଧ କୁମ୍ଭାର, ଯୋଡ଼ିଆ, ଚୁକ୍ତିଆ ଭୂୟାଁ, ସାର, ମାଙ୍କିଡିଆ, ପର୍ଜା , ବଣ୍ଡା , ପରଜା , ଦୁରୁଆ ତଥା ପାହାରିଆ ଭଳି ସମୁଦାୟ ୦୯ ଟି ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ମିଳିବାରେ ଭାରତ ସରକାରଙ୍କ ତରଫରୁ ମୋହର ବାଜିଥିଲା ।

nis-ad
Leave A Reply

Your email address will not be published.