୧୪ ପୁଲିସ ଡିଏସପିଙ୍କ ବଦଳି

ଭୁବନେଶ୍ୱର : ରାଜ୍ୟ ପୁଲିସ ଏଷ୍ଟାବ୍ଲିସମେଂଟ ବୋର୍ଡର ନିଷ୍ପତ୍ତି ଆଧାରରେ ଆଜି ୧୪ଜଣ ପୁଲିସ ଡିଏସପିଙ୍କର ବଦଳି ହୋଇଛି । ଏହି ସମସ୍ତ ପୁଲିସ ଅଫିସରଙ୍କୁ ନିକଟରେ ପୁଲିସ ଡିଏସପି ପାହ୍ୟାକୁ ପଦୋନ୍ନତି ମିଳିଥିଲା ।

ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ପୁଲିସ ସେବା(ଓପିଏସ) ଅଫିସର ବିଶ୍ୱପ୍ରକାଶ ପଟ୍ଟନାୟକଙ୍କୁ କଟକସ୍ଥିତ ଏଚଆରପିସି ଡିଏସପି ଭାବେ ବଦଳି କରାଯାଇଥିବାବେଳେ ଓପିଏସ୍ ରଜନୀକାନ୍ତ ମଲ୍ଲିକଙ୍କୁ କଟକସ୍ଥିତ ଏଚଆରପିସି ଡିଏସପି ଭାବେ ବଦଳି ହୋଇଛି । ତେବେ ତାଙ୍କୁ ଡେପୁଟେସନରେ ନୟାଗଡ଼ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରକୁ ପଠାଯାଇଛି । ସେହିପରି ପ୍ରଫୁଲ୍ଲ କୁମାର ସିଂଙ୍କୁ କଟକସ୍ଥିତ ରାଜ୍ୟ ଏଚଆରପିସି ଡିଏସପି ଓ ଆଲୋକ କୁମାର ଜେନାଙ୍କୁ କେନ୍ଦୁଝର ମୁଖ୍ୟାଳୟ ଡିଏସପି ଭାବେ ବଦଳି ହୋଇଛି । ଏହି ସମସ୍ତ ଅଫିସରଙ୍କୁ ନିକଟରେ ଇନ୍ସପେକ୍ଟରରୁ ଡିଏସପି ପାହ୍ୟାକୁ ପଦୋନ୍ନତି ମିଳିଥିଲା ।

ସେହିପରି ଭୁବନେଶ୍ୱର ଇଓଡବ୍ଲ୍ୟୁ ଡିଏସପି ସିଗ୍ଧା ଭଞ୍ଜଙ୍କୁ ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ପୁଲିସ ଏକାଡେମୀକୁ ଡିଏସପି ଭାବେ ବଦଳି ହୋଇଛି । କେନ୍ଦୁଝର ମୁଖ୍ୟାଳୟ ଡିଏସପି ଜୟଶ୍ରୀ ପ୍ରଧାନଙ୍କୁ ଭିଜିଲାନ୍ସ ଡିଏସପି, ସ୍ମୃତିରଞ୍ଜନ କରଙ୍କୁ କଟକସ୍ଥିତ ଆଇୟୁସିଏଡବ୍ଲ୍ୟୁ ଡିଏସପି, ନିରଞ୍ଜନ ଶବରଙ୍କୁ ପୁରୀ ମୁଖ୍ୟାଳୟ ଡିଏସପି, ତାରଜସ୍ମିନ ଗୁରିଆଙ୍କୁ ପୁରୀ ଆଇୟୁସିଏଡ୍ଲ୍ୟୁ ଡିଏସପି, ସଚିନ ପଟେଲଙ୍କୁ ମାଲକାନଗିରି ଏସଡିପିଓ, ମାନବ୍ରତ ଶତପଥୀଙ୍କୁ କୋରାପୁଟ ପିସିଆର ସେଲ୍ ଡିଏସପି, ରେଣୁକା ସୁନାଙ୍କୁ ସୋନପୁର ଆଇୟୁସିଏଡବ୍ଲ୍ୟୁ ଡିଏସପି, କୁମାରୀ ଜିସାଙ୍କୁ ଢେଙ୍କାନାଳ ଆଇୟୁସିଏଡବ୍ଲ୍ୟୁ ଡିଏସପି ଏବଂ ଅଜୟ କୁମାର ଦାସଙ୍କୁ କଳାହାଣ୍ଡି ଆଇୟୁସିଏଡବ୍ଲ୍ୟୁ ଡିଏସପି ଭାବେ ବଦଳି କରାଯାଇଛି ।

nis-ad
Leave A Reply

Your email address will not be published.