ସୁନ୍ଦରଗଡ଼ ବିଜେପି ସାଂଗଠନିକ ଜିଲ୍ଲାରେ କିରେଇ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ…


ସୁନ୍ଦରଗଡ଼: ଆଜି ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିରେଇ ମଣ୍ଡଳ ପକ୍ଷରୁ କଇଁନ୍ତରା ଠାରେ ମଣ୍ଡଳ ସଭାପତି ପ୍ରଦୀପ ଚୌଧୁରୀଙ୍କ ସଭାପତିତ୍ୱରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ପଟେଲ ,ସଦର ବ୍ଲକ ଅଧ୍ୟକ୍ଷ ସୁବ୍ରତ ମାଝୀ ,ବ୍ଲକ ଉପାଧ୍ୟକ୍ଷା ଚନ୍ଦ୍ରମା ମେହେର ,ଜିଲ୍ଲା ସାଧାରଣ ସଂପାଦକ ସୁଖଲାଲ ମୁଣ୍ଡା, ଯଶବନ୍ତ ନାଏକ ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭେଷଜ ରଥ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ପଟେଲ , ଜିଲ୍ଲା ଉପସଭାନେତ୍ରୀ ଆରତୀ ପଟେଲ, ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରବୀଣ ନାଏକ , ଏସସି ମୋର୍ଚ୍ଚା ସଭାପତି ସିମେଶ୍ୱର ଲରିଆ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁଦାମ ହୋତା,ଭୋଳାନାଥ ପଟେଲ , କିରେଇ ମଣ୍ଡଳ ପ୍ରଭାରୀ ସଂଜୀବ ପଟେଲ ,ଲେଫ୍ରିପଡ଼ା ମଣ୍ଡଳ ପ୍ରଭାରୀ ସଚ୍ଚିଦାନନ୍ଦ ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ ।

ମୁଖ୍ୟ ଅତିଥି ସୁନ୍ଦରଗଡ଼ ବିଧାୟିକା ବିଜେପି ଅନ୍ୟ ଦଳ ଅପେକ୍ଷା ଭିନ୍ନ ଏବଂ ଏକ ରାଷ୍ଟ୍ରୀୟ ଦଳ ହିସାବରେ ସମସ୍ତେ ନିଜ ମନୋବଳକୁ ସୁଦୃଢ଼ ରଖି ଆତ୍ମବିଶ୍ୱାସ ସହିତ ଦଳ ପ୍ରତି ସମର୍ପଣ ଭାବ ରଖିବା ଉଚିତ ଏବଂ ସଂଗଠନକୁ ବୁଥ ସ୍ତରରେ ଆହୁରି ଶକ୍ତିଶାଳୀ ରଖିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିବୃନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ବରେ ୮ବର୍ଷ ମଧ୍ୟରେ ଗରିବ ଶ୍ରେଣୀଙ୍କ ପାଇଁ ବହୁ ଗରିବ କଲ୍ୟାଣକାରୀ ଯୋଜନା, ଆତ୍ମନିର୍ଭର ଭାରତ ମାଧ୍ୟମରେ ଦେଶ ସଶକ୍ତ ହେବା ଏବଂ ସମସ୍ତ ଦେଶବାସୀଙ୍କୁ ସୁଶାସନ ଦେବାରେ ପ୍ରଧାନମନ୍ତ୍ରୀ ମୋଦି ଙ୍କର କାର୍ଯ୍ୟ ଶ୍ରେଷ୍ଠ ବାର୍ତ୍ତାକୁ ଲୋକଙ୍କ ନିକଟରେ ପ୍ରଚାର ପ୍ରସାର କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ଏକ ମିଶ୍ରଣ ପର୍ଵରେ ବିଜେପିର ନୀତି ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ କିଞ୍ଜିର୍ମା ପଂଚାୟତର ପୂର୍ବତନ ସରପଞ୍ଚ ଲଳିନ୍ଦ୍ର କିଷାନ, ବିର୍ଜାବର୍ଣ୍ଣା ଗ୍ରାମର ସକ୍ରିୟ କଂଗ୍ରେସ ନେତା ମନୋଜ ସନାନୀ ସମେତ ବାରଗାଡ଼ ଗ୍ରାମପଞ୍ଚାୟତର ୧୫ ଜଣରୁ ଉର୍ଦ୍ଧ୍ବ ବିଜେଡ଼ି ଓ କଂଗ୍ରେସ ଦଳର ସକ୍ରିୟ କାର୍ଯ୍ୟକର୍ତ୍ତା ବିଜେପି ଦଳରେ ବିଧିବଦ୍ଧ ଭାବେ ଯୋଗଦେଇଥିଲେ । ସମସ୍ତଙ୍କୁ ମୁଖ୍ୟ ଅତିଥି କୁସୁମ ଟେଟେ ଏବଂ ମଞ୍ଚାସୀନ ଅତିଥି ବୃନ୍ଦ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏହି ବୈଠକରେ ମସନୀକାନୀ ସମିତି ସଭ୍ୟ ମହାଦେବ ମୁଣ୍ଡା, ଦିଉଳି ସମିତି ସଭ୍ୟ ପ୍ରବୀଣ ମୁଣ୍ଡା, କିଞ୍ଜିର୍ମା ସମିତି ସଭ୍ୟା ରଶ୍ମିତା କଛୁ ,କୁଣ୍ଡୁକେଲା ସରପଞ୍ଚ ଉର୍ବସି ସାଙ୍କ ସମେତ ମଣ୍ଡଳ ପଦାଧିକାରୀ ,ଶକ୍ତିକେନ୍ଦ୍ର ପ୍ରମୁଖ, ସହ ପ୍ରମୁଖ ,ମଣ୍ଡଳ ମୋର୍ଚ୍ଚା ପ୍ରମୁଖ ,ବୁଥ ସ୍ତରୀୟ ସକ୍ରିୟ ,କାର୍ଯ୍ୟକର୍ତା ପ୍ରମୁଖ ସାମିଲ ହୋଇଥିଲେ ।

nis-ad
Leave A Reply

Your email address will not be published.