୯ଟି ରାଜ୍ୟର ନିର୍ବାଚନ ଜିତିବାକୁ ପ୍ରସ୍ତୁତ ରୁହ : ବିଜେପି ନେତାଙ୍କୁ ନଡ୍ଡାଙ୍କ ଆହ୍ବାନ…

ନୂଆଦିଲ୍ଲୀ : ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ସଭାପତିତ୍ବ କରି ବିଜେପି ସଭାପତି ଜେ.ପି.ନଡ୍ଡା ଦଳୀୟ ନେତା ଓ କର୍ମୀମାନଙ୍କୁ କଠିନ ପରିଶ୍ରମ କରି ୨୦୨୩ରେ ୯ଟି ରାଜ୍ୟରେ ଥିବା ନିର୍ବାଚନ ଜିତିବାକୁ କରିବାକୁ କହିଛନ୍ତି । ସେ କହିଛନ୍ତି ଯେ, ଦଳ ପାଇଁ ୨୦୨୩ରେ ବିଧାନସଭା ନିର୍ବାଚନ ବେଶ ଗୁରୁତ୍ବପୂର୍ଣ୍ଣ ଓ ଏହା ୨୦୨୪ ନିର୍ବାଚନର ସେମିଫାଇନାଲ ସଦୃଶ ହେବ ।
ନଡ୍ଡାଙ୍କ ବକ୍ତବ୍ୟକୁ ଉଦ୍ଧାର କରି ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଯେଉଁଠାରେ ବିଜେପି କ୍ଷମତାରେ ଅଛି ସେଠାରେ ଶାସନକୁ ଦୃଢ କରିବା ଓ ଯେଉଁଠାରେ ନାହିଁ ସେଠାରେ କଠିନ ପରିଶ୍ରମ କରିବାକୁ କର୍ମୀମାନଙ୍କୁ କୁହାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ବିଜେପି କାର୍ଯ୍ୟାଳୟର ଅଧିକାରୀ ଏହି ବୈଠକରେ ଯୋଗ ଦେଉଛନ୍ତି । ଏହି ବୈଠକରେ ଅଂଶଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ଏକ ରୋଡ୍ ସୋ ମଧ୍ୟ କରିଥିଲେ। ଏହି ବୈଠକରେ ଦଳର ଜାତୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହି ବୈଠକରେ ୩୫ କେନ୍ଦ୍ରୀୟ ମନ୍ତ୍ରୀ, ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୩୭ ରାଜ୍ୟ ଓ ପ୍ରାନ୍ତୀୟ ସଭାପତି ଯୋଗ ଦେଇଛନ୍ତି ।

nis-ad
Leave A Reply

Your email address will not be published.