ମୋତେ ଜେଲରେ କିନ୍ନରଙ୍କ ସହ ରଖିଛନ୍ତି : ମହାଠକ ସୁକେଶ…

ନୂଆଦିଲ୍ଲୀ : ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଦିଲ୍ଲୀର ମାଣ୍ଡୋଲି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ନିୟମିତ ନୂଆ ନୂଆ ପ୍ରକାରର ଅଭିଯୋଗ କରିଚାଲିଛି । ସେ ପୁଣି ଥରେ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହ ତା ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛି ।

ତେବେ ଏଥର ସେ ଏକ ନୂଆ ଅଭିଯୋଗ ଆଣିଛି । ତାକୁ ବେଆଇନ ଭାବେ ଜଣେ କିନ୍ନର ସହ ରଖାଯାଇଛି । ତାକୁ ମାନସିକ ନିର୍ଯ୍ୟାତନା ଦେବାକୁ ଏପରି କରାଯାଇଛି ବୋଲି ସେ ଅଭିଯୋଗ କରିଛି । ତାକୁ ମଧ୍ୟ ଅନ୍ୟ କଏଦୀଙ୍କ ପରି ସମାନ ବ୍ୟବହାର କରାଯାଉନାହିଁ ଓ ଲୁଡୋ ଓ ବ୍ୟାଡମିଣ୍ଟନ ଖେଳିବାକୁ ଅନୁମତି ଦିଆଯାଉନାହିଁ ।
ତା’ ଜୀବନ ପ୍ରତି ବିପଦ ଥିବାରୁ ତାକୁ ତୁରନ୍ତ ୧୩ ନମ୍ବର ଜେଲରୁ ୧୪ ନମ୍ବର ଜେଲକୁ ଫେରାଇ ନିଆଯାଉ ବୋଲି ସେ ପାତିଆଲା ହାଉସ କୋର୍ଟରେ ଏକ ଆବେଦନ କରିଛି । ଏହା ସହିତ ଜେଲ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛି । ତାର ଏହି ଆବେଦନର ଶୁଣାଣି ଆସନ୍ତା ୨୦ ତାରିଖରେ ପାତିଆଲା ହାଉସ କୋର୍ଟରେ ହେବ।

ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ସୁକେଶର ସହଯୋଗୀ ପିଙ୍କି ଇରାନି ବିରୋଧରେ ଏକ ନୂଆ ଚାର୍ଜସିଟ ଦାଖଲ କରିଛି । ସେ ଏହି ୨୦୦ କୋଟି ଠକେଇରେ ସଂପୃକ୍ତ ବୋଲି ଏଥିରେ କୁହାଯାଇଛି ।

nis-ad
Leave A Reply

Your email address will not be published.