୧୩୨/୩୩କେଭି ଗ୍ରୀଡ଼ ସବଷ୍ଟେସନ ଲୋକାର୍ପଣ…

ହିଂଜିଳିକାଟୁ : ହିଂଜିଳିକାଟୁ ନିକଟ ସୋମପୁର ଠାରେ ପ୍ରାୟ ୪୫.୨୨କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୩୨/୩୩କେଭି ଗ୍ରୀଡ଼ ସବଷ୍ଟେସନକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏଥି ନିମନ୍ତେ ନୂତନ ଗ୍ରୀଡ଼ ସବଷ୍ଟେସନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଂଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଓପିଟିସିଏଲର ଦକ୍ଷିଣାଂଚଳର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ବିଶ୍ୱରଂଜନ ମିଶ୍ର ମଂଚାସୀନ ଥିଲେ । କାର୍ଯ୍ୟକ୍ରମକୁ ୫ଟି ସଚିବ ଭିକେ ପାଣ୍ଡିଆନ ସଂଯୋଜନା କରିଥିଲେ । ଅଂଚଳରେ ଲୋ-ଭୋଲଟେଜ ସମସ୍ୟା ସମାଧାନ ଏବଂ ବାତ୍ୟା ବନ୍ୟା ଭଳି ପ୍ରକୃତିକ ବିପର୍ଯ୍ୟୟ ବେଳେ ଦୀର୍ଘ ଦିନ ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଭଳି ସମସ୍ୟାର ସମାଧାନ ନିମନ୍ତେ ୨୦୧୯ରେ ୧୩୨/୩୩କେଭି ଗ୍ରୀଡ଼ ସବଷ୍ଟେସନ ସ୍ଥାପନ ପାଇଁ ଉଦ୍ୟମ ହୋଇଥିଲା । ୨.୮ଏକର ଜମି ଉପରେ ନିର୍ମିତ ହିଂଜିଳିକାଟୁର ଏହି ଗ୍ରୀଡ଼ ସବଷ୍ଟେସନରେ ୫ଟି ଫିଡ଼ର ସ୍ଥାପିତ ଲକ୍ଷ୍ୟ ରହିଥିବା ବେଳେ ବର୍ତମାନ ଚାହିଦା ଅନୁସାରେ ୨ଟି ଫିଡ଼ର କାର୍ଯ୍ୟକ୍ଷମ ହେବ । ଅଂଚଳର ଲୋ ଭୋଲଟେଜ ସମସ୍ୟାର ସମାଧାନ ହେବା ସହ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ଓ ଶିଳ୍ପାୟନର ବିକାଶ ଘଟିବ ବୋଲି ଓପିଟିସିଏଲ ପକ୍ଷରୁ କୁହାଯାଇଛି । ଲୋକାର୍ପଣ କାର୍ଯ୍ୟକ୍ରମରେ ହିଂଜିଳିକାଟୁ ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବ୍ଳକ ଉପାଧ୍ୟକ୍ଷ ସୁନୀଲ ଗନ୍ତାୟତ, ରାଜ୍ୟ କୃଷି ବିପଣନ ପରିଷଦର ଉପଦେଷ୍ଟା ସୁରେନ୍ଦ୍ର ପ୍ରଧାନ , ଓଆରଏଚଡ଼ିସିର ଅଧ୍ୟକ୍ଷ ଡ଼ି ବିଶ୍ୱନାଥ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହି, ଜିଲା ଯୋଜନା ବୋର୍ଡ଼ ଉପଦେଷ୍ଟା ଏନ ରଘୁନାଥ, ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ଓଡ଼ିଶା ମୋ ପରିବାର ରାଜ୍ୟ ସମ୍ପାଦକ ନୀଳମଣି ପଟ୍ଟନାୟକ, ପୌରାଞ୍ଚଳ ଯୁବ ସଭାପତି ସଂଜୟ କୁମାର ପଣ୍ଡା, ବ୍ଳକ ବିଜେଡ଼ି ଯୁଵ ମନୋଜ କୁମାର ସାବତ,ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା ,ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ପ୍ୟାରୀ ମୋହନ ପାଢି, କାଉନସିଲର ଶ୍ୟାମଘନ ଵେହେରା, କାଉନସିଲର ବିଭୁ ପ୍ରସାଦ ପଣ୍ଡା, ପ୍ରମୁଖଙ୍କ ସହ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଓପିଟିସିଏଲର କର୍ମଚାରୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.