ଚାପିଦେଲା ବାଲି ବୋଝେଇ ଟ୍ରକ, ଘର ଆଗରେ ୬ବର୍ଷର ବାଳକ ମୃତ…


ହିଞ୍ଜିଳିକାଟୁ ୧୬ ।୧ : ମୃତ୍ୟୁ ଏମିତି ବି ଆସେ କିଏ ଜାଣିଥିଲା । ବାଲି ଵୋଝେଇ ଟ୍ରକ ତଳେ ଚାପି ହୋଇ ଶିଶୁ ମୃତ । ଏଭଳି ଦୁର୍ଘଟଣା ଘଟିଛି ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶିକିରି ଗ୍ରାମ ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥର ହିଞ୍ଜିଳି ପାରି ସାହିରେ । ସୋମବାର ସକାଳୁ ସକାଳୁ ସ୍କୁଲ ଯିବା ପାଇଁ ରୋଡ ପାର ହେବା ସମୟରେ ଶିଶୁ ଉପରେ ବାଲି ଵୋଝେଇ ଟ୍ରକ ମାଡି ଯାଇଛି । ଯାହା ଫଳରେ ଘଟଣା ସ୍ଥଳରେ ବାଳକ ର ମୃତ୍ୟୁ ହୋଇଛି । ମୃତକ ଶିଶୁ ବାଳକ ହେଲେ ପ୍ରମୋଦ ଦଳାଇଙ୍କ ୬ ବର୍ଷର ପୁଅ ହିମାଂଶୁ ଦଳାଇ।

ସବୁଦିନ ପରି ସ୍କୁଲ୍ ଯିବା ପାଇଁ ବାହାରି ଥିଲେ । ଖବର ଅନୁସାରେ ରାସ୍ତା କଡରେ ଚାଲୁଥିବାବେଳେ ପଛ ଆଡୁ ଏକ ୧୦ ଚକିଆ ଟ୍ରକ ଦ୍ରୁତ ଗତିରେ ଯାଇ ତାଙ୍କ ଉପରେ ମାଡି ଯାଇଥିଲା । ସାହି ଲୋକେ ହଠାତ୍ ପାଟି କରି ଚାଳକକୁ ଗାଡି ରଖିବାକୁ ପାଟି କଲେ ମଧ୍ୟ ଚାଳକ ଗାଡି ଦୃତଗତିରେ ନେଇଥିଲେ। ଶିକିରି ବଜାର ଛକରେ ଗ୍ରାମବାସୀ ଗାଡିକୁଅଟକାଇ ଚାଳକକୁ ଘଟଣାସ୍ଥଳରେ ପହଞ୍ଚି ଛେଚିଲେ ।ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଚାଳକକୁ ଗ୍ରାମବାସୀ ଙ୍କ ଠାରୁ ଉଦ୍ଧାର କରି ପୋଲିସ ଗାଡ଼ିରେ ଅଟକ ରଖିଥିଲେ। ଉତ୍ତେଜନା ଲାଗି ରହିଥିବା ବେଳେ କ୍ଷତି ପୂରଣ ଦାବିରେ ମୃତଦେହ ରଖିବା ସହ ଚାଳକ କୁ ହସ୍ତାନ୍ତର ଦାବିରେ ପୋଲିସ ଗାଡିକୁ ଅଟକ ରଖି ରାଜ୍ୟରାସ୍ତା ଅବରୋଧ କଲେ ଗ୍ରାମବାସୀ । ଯାହାର ପ୍ରତିବାଦ ରେ ମୃତ ହିମାଂଶୁ ର ପରିବାର ଓ ଗ୍ରାମବାସୀ ମାନେ ଘଟଣାସ୍ଥଳରେ ମୃତ ଦେହ କୁ ରଖି ରାସ୍ତାରୋକ କରିଛନ୍ତି । ଏହି ରାସ୍ତାରୋକ ସକାଳ ୯ ଘଣ୍ଟା ଠାରୁ ଶିକିରିଗ୍ରାମ ପାରି ସାହିରେ ଚାଲିଥିବା ବେଳେ କ୍ଷତି ପୂରଣ ସହିତ ହମ୍ପସ ନିର୍ମାଣ ସ୍ଥାୟୀ ଉପକାର ଦାବି କରିଛନ୍ତି ଲୋକେ ।
ରାସ୍ତା ଅବରୋଧ ଫଳରେ ହିଞ୍ଜିଳିକାଟୁ ତାରାତାରିଣୀ ଗାଡି ଚଳାଚଳ ବନ୍ଦ ରହିଥିବା ସହିତ ଚାଲିଛି ରାସ୍ତାରୋକ ।ମୁଖ୍ୟ ରାସ୍ତା ଅବରୋଧ ହୋଈଥିବାରୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।ଏ ସମ୍ପର୍କରେ ଜିଲ୍ଲାପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ପହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଶେରଗଡ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓ ପୋଲିସ ଫୋର୍ସ ଓ ଗ୍ରାମ ସରପଚଂ ଓ କିଛି ନେତା ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରିଙ୍କୁ ଵୁଝାସୁଝା କରିବା ପରେ ଅପରାହ୍ନ ୪ ଘଣ୍ଟା ସମୟରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ମୃତ ପରିବାର କୁ ରେଡକ୍ରସ ପାଣ୍ଠିରୁ ୧ ଲକ୍ଷ ଓ ଦୁର୍ଘଟଣା ଘଟାଇଥିବା ଗାଡି ମାଲିକ ୧ଲକ୍ଷ ଟଙ୍କା ଦେବାକୁ ରାଜି ହୋଇ ୨ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଇଛି ,। ଅନ୍ୟପକ୍ଷରେ ମୃତ ଶିଶୁଙ୍କ ଶବକୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡି ଓଡି୦୭ଏଡି ୫୮୭୩ କୂ ଓ ଚାଳକ ରିଙ୍କୁ ନାହାକକୁ ପୋଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଏନେଇ ମୃତ ହିମାଂଶୁ ଙ୍କ ମାଆଙ୍କ ଏତଲା କ୍ରମେ ହିଞ୍ଜିଳି ଥାନା ରେ ୩୧। ୨୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା

nis-ad
Leave A Reply

Your email address will not be published.