ହକି ବିଶ୍ବକପ୍‌: ଭାରତ-ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର, ମ୍ୟାଚ୍‌ ଡ୍ର

ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଦଶମ ମ୍ୟାଚରେ ଆୟୋଜକ ଭାରତକୁ ଇଂଲଣ୍ଡ କଡା ମୁକାବିଲା କରିଛି। ଉଭୟ ଟିମ୍‌ ଚଳିତ ଟୁର୍ଣ୍ଣାମେଣ୍ଟରେ ନିଜ ନିଜର ଦ୍ବିତୀୟ ମ୍ୟାଚରେ ଜୋରଦାର ଲଢ଼େଇ କରିଛନ୍ତି। ନିର୍ଦ୍ଧାରିତ ସମୟ ଭିତରେ କେହି କାହାରିକୁ ଗୋଲ୍‌ ଦେଇପାରି ନାହାନ୍ତି। ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ପଏଣ୍ଟ ସମାନ ହୋଇଥିଲେ ବି ଇଂଲଣ୍ଡ ଟେବୁଲର ଶୀର୍ଷରେ ରହିଛି। କାରଣ ଚଳିତ ବିଶ୍ବକପରେ ଗୋଲ ବ୍ୟବଧାନରେ ଇଂଲଣ୍ଡ ଏପର୍ଯ୍ୟନ୍ତ ଅଧିକ ଗୋଲ୍‌ ଦେଇଛି।

ଏହା ପୂର୍ବରୁ ଗତ ୧୩ ତାରିଖରେ ଭାରତ ୨-୦ ଗୋଲ୍‌ରେ ସ୍ପେନକୁ ହରାଇଥିଲା। ସେହିପରି ସେହିଦିନ ଇଂଲଣ୍ଡ ହାତରୁ ୱେଲ୍ସ ୫-୦ ଗୋଲ୍‌ରେ ପରାସ୍ତ ହୋଇଥିଲା। ଆସନ୍ତା ୧୯ ତାରିଖରେ ସ୍ପେନକୁ ଇଂଲଣ୍ଡ ଏବଂ ଭାରତକୁ ୱେଲ୍ସ ଭେଟିବ। ଏହି ମ୍ୟାଚ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

nis-ad
Leave A Reply

Your email address will not be published.