ସୁବାର୍ଚ୍ଚନ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚିତ: ସମସ୍ତ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ରେଙ୍ଗାଲି: ପୁଲିସର ତଦନ୍ତ ପରେ ଉନ୍ମୋଚନ ହେଲା ସୁବର୍ଚ୍ଚନ ଭୁଏ ହତ୍ୟା ରହସ୍ୟ । ସାମାନ୍ୟ ଘର ଡିହ ପାଇଁ ମଣିଷ କିପରି ପଶୁ ପାଲଟି ଏମିତି ହତ୍ୟାକାଣ୍ଡ ଘଟାଏ ତାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଅତାବିରା ସ୍ଥିତ କାଣ୍ଡପାଲି ଗ୍ରାମରେ ।

ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ହତ୍ୟା କରାଯାଇଥିବା ସୁବାର୍ଚ୍ଚନ ଭୁଏ ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ ୧୧ କାଣ୍ଡପାଲି ଗ୍ରାମରେ ରହୁଥିଲେ । ଗତ ତା ୧୩/୧ ରିଖ ପ୍ରାୟ ରାତି ୧୦ ଟାରେ ସିଂହପାଲିର ହରିବୋଲ ଭୁଏ ତାଙ୍କ ଭାଇ କେଶବ ଓରଫ ସୁରୁକୁ ଫୋନ କରି କହିଥିଲେ ଯେ, ସୁବାର୍ଚ୍ଚନ୍ ଭୁଏ, ତ୍ରିଲୋଚନ ଭୁଏଙ୍କ ଘରବାଡ଼ି ଜାଗା ପାଇଁ ଗାଳି ଗୁଲଜ କରୁଛି ଓ ମନାକଲେ ମାନୁ ନାହିଁ ବୋଲି ଶୀଘ୍ର ଆସିବାକୁ କହିଥିଲେ । ତେଣୁ କେଶବ ଭୁଏ ଓରଫ ସୁରୁ, ତାର ମାଲିକ ବିଶ୍ଵନାଥ ସାହୁ କାରରେ କାଣ୍ଡପାଲି ଅଭିମୁଖେ ଆସିଥିଲେ । କାଣ୍ଡପାଲି ଛକରେ ହରିବୋଲ ଭୁଏ, ଗୋପାଳ ଥାପା, ସୁଶାନ୍ତ ଭୁଏ ଓ ତ୍ରିଲୋଚନ ଭୁଏ ତାଙ୍କୁ ଅପେକ୍ଷା କରି ରହିଥିଲେ । ପ୍ରାୟ ୧୧ଟା ସମୟରେ ସମସ୍ତେ ମିଶି ସୁବାର୍ଚ୍ଚନଙ୍କ ଘରକୁ ଯାଇ ତାଙ୍କୁ ଡାକିଥିଲେ । ତାଙ୍କ ଡାକ ଶୁଣି ସୁବାର୍ଚ୍ଚନ ଘରୁ ବାହାରି ଆସି ତ୍ରିଲୋଚନ ଭୁଏଙ୍କୁ ଦେଖି ଗାଳି ଗୁଲଜ କରିଥିଲେ । ତେଣୁ ରାଗିଯାଇ ସମସ୍ତେ ମିଶି ସୁବାର୍ଚ୍ଚନକୁ ପିଟା ମରା କରିବା ସହିତ ତାକୁ ଜୀବନରୁ ମାରିଦେବା ପାଇଁ ଗୋପାଳ, ସୁଶାନ୍ତ, ହରିବୋଲ, ବିଶ୍ଵନାଥ ଓ ତ୍ରିଲୋଚନ ତାର ହାତ ଗୋଡ ବାନ୍ଧି ତାକୁ ତଳେ ପକାଇ ଦେଇଥିଲେ । କେଶବ ଭୁଏ ଧରିଥିବା ଏକ ସ୍କୃଡାଇଭରରେ ତାଙ୍କ ପେଟ, ଛାତି ଓ ବେକରେ ଭୂଷି ଦେଇଥିଲେ । ପୁଣି କାଳେ ବଞ୍ଚିଯିବ ଭାବି ସେହି ସ୍କ୍ରୁ ଡାଇଭରକୁ କେଶବଠାରୁ ଛଡେଇ ନେଇ ହରିବୋଲ ଓ ତାର ସାଙ୍ଗ ଗୋପାଳ, ମାମୁଁ ପୁଅ ସୁଶାନ୍ତ, ମାମୁଁ ତ୍ରିଲୋଚନ ଭୁଏ ଓ ମାଲିକ ବିଶ୍ଵନାଥ ପୁଣି ତାକୁ ବାରମ୍ବାର ସ୍କ୍ରୁ ଡାଇଭରରେ ଭୁଷିଥିଲେ । ତାର ଚିତ୍କାର ଶୁଣି ଗ୍ରାମର ପୂର୍ଣ୍ଣ ବେହେରା ଓ ଗୁଣନିଧି ବେହେରା ଦୌଡ଼ି ଆସି ଏହି ଘଟଣା ଦେଖି ତାଙ୍କୁ ମାରିବା ପାଇଁ ମନା କରିଥିଲେ । କିନ୍ତୁ କେଶବ ସେମାନଙ୍କୁ ମଧ୍ୟ ସେହି ସ୍କ୍ରୁ ଡାଇଭରରେ ପିଟି ଆହତ କରିଦେଇଥିଲେ । ଏହାପରେ ଘଟଣା ସ୍ଥଳରେ ସୁବାର୍ଚ୍ଚନଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଅଭିଯୁକ୍ତମାନେ ସେଠାରୁ ପଳାଇଥିଲେ ।

ରବିବାର ପୁଲିସ ସେହି ଅଭିଯୁକ୍ତମାନଙ୍କୁ ଗିରଫ କରି ସେମାନଙ୍କଠାରୁ ଗୋଟିଏ ସ୍କ୍ରୁ ଡାଇଭର, ଗୋଟିଏ ବାଇକ୍ ଓ ଏକ କାର୍ ଜବତ କରିଛି । ଏ ଘଟଣାକୁ କେନ୍ଦ୍ର କରି ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ଘଟଣା ଉପରୁ ପରଦା ଉଠାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପେନାଲ୍ କୋର୍ଟ ଧାରା ୩୦୨/୩୦୭/୩୪ କେସ ନମ୍ବର ୨୧ରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ କେଶବ, ହରିବୋଲ, ସୁଶାନ୍ତ ଓ ଗୋପାଳ ଥାପା ସିଂହପାଲି ଗ୍ରାମର ହୋଇଥିବା ବେଳେ ତ୍ରିଲୋଚନ କାଣ୍ଡପଲି ଓ ବିଶ୍ଵନାଥ ସାହୁ ଚନ୍ଦନନଗର ୱାର୍ଡ଼ ନମ୍ବର୧ ଭଟଲି ଛକର ବୋଲି ଜଣାପଡିଛି । ତେବେ ଏମିତି ହତ୍ୟାକାଣ୍ଡ ପ୍ରଥମ ଥର ପାଇଁ ଗ୍ରାମରେ ଘଟି ଗ୍ରାମ ତଥା ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି ।

nis-ad
Leave A Reply

Your email address will not be published.