ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

ସୋନପୁର: ମକରମେଳା ଦେଖି ଫେରୁଥିବା ବେଳେ ସାମ୍ନାସାମ୍ନି ଧକ୍କା ହେଲା ଦୁଇ ବାଇକ୍‌। ଏହି ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା-କଂଟାମାଳ ରାସ୍ତାର ଧାନଖଣ୍ଡି ଛକରେ ଏହି ଦୁର୍ଘଟଣା ଘଟିଛି।

ମୃତକମାନେ ହେଲେ ସୋନପୁର କଣ୍ଟାମାଳ ଥାନା ସୁଲିଆ ଗାଁ’ର ନବୀନ ଦନ୍ତା(୨୮) ଓ କଣ୍ଟାମାଳର ସୌମ୍ୟ ରଞ୍ଜନ ପାଣିଗ୍ରାହୀ(୧୪)। ଗୁରୁତରଙ୍କ ପରିଚୟ ମିଳିପାରିନି। ତେବେ ସେମାନଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସୂଚନା ମୁତାବକ, ୨ ବାଇକ୍‌ରେ ୪ ଜଣକ ଭିନ୍ନ ରାସ୍ତାରେ କଣ୍ଟାମାଳ ପଲସଗାରାରୁ ମକରଯାତ୍ରା ଦେଖି ଫେରୁଥିଲେ। ଭାରସାମ୍ୟ ହରାଇ ଧାନଖଣ୍ଡି ଛକ କଲଭଟ ଠାରେ ଦୁଇ ବାଇକ ସାମ୍ନାସାମ୍ନି ଧକ୍କା ହୋଇଥିଲା।

କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.