ଫୁଲବାଣୀ ବିଧାୟକଙ୍କୁ ବିଭିନ୍ନ ସମସ୍ୟା ନେଇ ଭେଟିଲେ ବସ୍ତି ବାସିନ୍ଦା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପୈାରପରିଷଦ ଅନ୍ତର୍ଗତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିର କମିଟି କର୍ମକର୍ତ୍ତା ବସ୍ତିର ବିଭିନ୍ନ ସମସ୍ୟା ନେଇ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମହୋଦୟ ଙ୍କୁ ଲିଖିତ ଅଭିଯୋଗ ଓ ଅବଗତ କରାଇଛନ୍ତି । କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପୈାରପରିଷଦ ଅନ୍ତର୍ଗତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିର ଶୃଙ୍ଖଳିତ କମିଟି କର୍ମକର୍ତ୍ତା ଆଜି ଫୁଲବାଣୀ ବିଧାୟକଙ୍କ ବାସଭବନରେ ଅଙ୍ଗଦ କହଁରଙ୍କୁ ଭେଟି ନୂତନ ବର୍ଷ ୨୦୨୩ ଉପଲକ୍ଷେ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତି ଏବଂ ରୁଗୁଡସାହି ବସ୍ତିର ୪୦୦, ଘର ପରିବାର କିପରି ସରକାରଙ୍କ ବିଭିନ୍ନ ଯୋଜନା ପୈାରପରିଷଦ ମାଧ୍ୟମରେ ଆଇନଗତ ଭାବରେ ପାଇ ପାରିବେ ସେ ବିଷୟରେ ଆଲୋଚନା କରିଛନ୍ତି । ଏବଂ ବହୁବର୍ଷ ଧରି ଅବହେଳିତ ଅସଜଡା ହୋଇ ଅସୁରକ୍ଷିତ ଭାବେ ପଡିରହିଥିବା ମାଁ ବ୍ରାହ୍ମଣୀଦେବୀଙ୍କ ପୀଠ କିପରି ନିର୍ମାଣ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଛନ୍ତି ଏବଂ ଲିଖିତ ମାଧ୍ୟମରେ ଜଣାଇ ଛନ୍ତି । ବିଧାୟକ ଶ୍ରୀ କହଁର ଖୁବଶିଘ୍ର ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁଁ ପ୍ରତିଶୃତି ଦେଇଥିବା କହିଛନ୍ତି ତ୍ରିଦେବ ନଗର ବସ୍ତିର କମିଟି କର୍ମକର୍ତ୍ତା । ଆସନ୍ତା ମାସରେ ମାଁ ବ୍ରାହ୍ମଣୀଦେବୀଙ୍କ ବାର୍ଷିକ ଉତ୍ସବ ଥିବାହେତୁ ମାଁ ବ୍ରାହ୍ମଣୀଦେବୀଙ୍କ ପୀଠର ଉନ୍ନତି ନିମନ୍ତେ କିଛି ଆର୍ଥିକ ଅନୁଦାନ ବିଧାୟକ ମହୋଦୟ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି l ବସ୍ତିର ସଭାପତି ସୁରଥ କହଁର, କନ୍ଧମାଳ ଜିଲ୍ଲା ମାନବାଧିକାର ମିସନ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ,ତାରାବତୀ ମାଝି, ସୁନିଲ୍ କୁମାର ଦିଗାଲ, ମାଧବ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.