ଧୁମଧାମରେ ପାଳିତ ହେଲା ମକର ସଂକ୍ରାନ୍ତି ପର୍ବ…


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ମଠ ମନ୍ଦିର ଓ ଦେବା ଳ ୟା ମାନଙ୍କରେ ମକର ସଂକ୍ରାନ୍ତି ଧୂମଧାମ ରେ ପାଳିତ ହୋଇଛି । ଚଳିତ ବର୍ଷ ମନ୍ଦିର ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଲୁ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ତେବେ ବିଶେଷ କରି ଫିରିଙ୍ଗିଆ ର ଅଧିଷ୍ଠାତ୍ରୀ ଦେବୀ ମା ପିତାବଳି ଙ୍କ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଲିଥିବା ବେଳେ ଏହି ମନ୍ଦିରରେ କନ୍ଧମାଳ ଜିଲ୍ଲା ତଥା ପଡୋଶୀ ଗଞ୍ଜାମ, ନୟାଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଅଂଚଳରୁ ମଧ୍ୟ ନିଜ ନିଜ ମାନସିକ ପୂରଣ କରିବା ପାଇଁ ଶ୍ରଦ୍ଧାଳୁ ମାନେ ଆଶିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ପିତାବଳୀ ମନ୍ଦିର ର ମୁଖ୍ୟ ପୂଜକ ସତ୍ୟନାରାୟଣ ଭୁକ୍ତା ଓ ବାହକ ପଦ୍ମଚରଣ ପ୍ରଧାନ ମାଙ୍କ ସମସ୍ତ ନୀତିକାନ୍ତି ସରିଲା ପରେ ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ କରିଥିଲେ । ଅନୁରୂପ ଭାବରେ ଫିରିଙ୍ଗିଆ କାଳୀ ମନ୍ଦିର, ରୁଦ୍ରେଶ୍ୱର ଶିବ ମନ୍ଦିର, ହନୁମାନ ମନ୍ଦିର, ରତଙ୍ଗ ଠାରେ ଥିବା ଭୋଲେଶ୍ୱର ଶିବ ମନ୍ଦିର ,ତଣ୍ଡିରି ଗାଁ ଘାଇ ପାହାଡ଼ ଉପରେ ଥିବା ମଠ ସହ ବ୍ଲକ ର ସମସ୍ତ ମନ୍ଦିର ର ମାନଙ୍କରେ ପୁଜା ଅର୍ଚନା କରାଯାଇଛି । ଏହି ପୁଜା ରେ କାଳୀମନ୍ଦିରର ମୁଖ୍ୟ ତଥା ଫିରିଙ୍ଗିଆ ଦଣ୍ଡର ସଭାପତି ସତ୍ୟ ପାଣିଗ୍ରାହୀ ଙ୍କ ସହ ମନ୍ଦିର ପରିଚାଳନା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ଫିରିଙ୍ଗିଆ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ତା କୁ ମଧ୍ୟ୍ୟ କଡ଼ା କଡ଼ି କରାଯଇଥିଲା ।

nis-ad
Leave A Reply

Your email address will not be published.