ବଚସାକୁ ନେଇ ହୋଟେଲ କର୍ମଚାରୀଙ୍କୁ ଗୁଳିମାଡ଼

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଳା ଅଞ୍ଚଳରେ ଥିବା ଓଁକାର ହଟେଲ ହୋଟେଲ କର୍ମଚାରୀକୁ ଗୁଳିମାଡ଼। ବିଳମ୍ବିତ ରାତିରେ ଦୁର୍ବୃତ୍ତ ଓ ତାଙ୍କ ଚାରିଜଣ ସାଥି ପୁରୀରୁ ଫେରିବା ସମୟରେ ହୋଟେଲ ମଧ୍ୟରେ ଖାଇବା ପରେ ପେମେଂଟ ଦେବା ସମୟରେ ଦୁର୍ବୃତ୍ତ ଓ କର୍ମଚାରୀ ମଧ୍ୟରେ ବଚସା ହୋଇଥିଲା। ଗୁଳିମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ।

ସୂଚନା ଅନୁସାରେ ହୋଟେଲ କର୍ମଚାରୀ ଝାଡ଼ଖଣ୍ଡ ରାଜ୍ୟ ବୋହଡାଗୁଡା ଅଞ୍ଚଳର ବଡ଼ଷୋଳ ଗ୍ରାମର ସୁଜନଙ୍କ ଛାତିରେ ଗୁଳି ବାଜିଛି । ପ୍ରଥମେ ଗୁରୁତ୍ୱର ଅବସ୍ଥାରେ ବାରିପଦା ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଜୀବନ ପ୍ରତି ବିପଦ ଦେଖି ବାରିପଦାରୁ କଟକ SCB MEDICAL କୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଝାରପୋଖରିଆ ପୋଲିସ ସହିତ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତ ମାନେ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ସୂଚନା ମିଳିଛି । ଅଧିକ ତଥ୍ୟ ପାଇଁ ଥାନାରେ ହୋଟେଲ ମ୍ୟାନେଜକୁ ଅଟକ ରଖି ପଚରା ଉଚରା ଚାଲିଛି ।

nis-ad
Leave A Reply

Your email address will not be published.