ଅର୍ଥାଭାବରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରମାକାନ୍ତ…

ଫୁଲବାଣୀ : ଅର୍ଥାଭାବରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କନ୍ଧମାଳ ଜ଼ିଲ୍ଲା ଚକାପାଦ ବ୍ଲକ ଅଧିନସ୍ଥ ପସରା ପଂଚାୟତର ବରଡ଼ିକିଆ ଗ୍ରାମର ରମାକାନ୍ତ କହଁର l ତାଙ୍କ ସ୍ତ୍ରୀ ଗାୟତ୍ରୀଙ୍କ କହିବା ନୁସାରେ ରମାକାନ୍ତ ଭୁବନେଶ୍ୱରରେ ଏକ ଘରୋଇ ବରଫ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ ଏବଂ ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ, ପରିବାର ବେଶ ହସ ଖୁସିରେ ଚଳିଯାଉଥିଲା କିନ୍ତୁ ଭାଗ୍ୟ ର ବିଡମ୍ବନା ଏମିତି ଯେ ବରଫ ଫ୍ୟାକଟେରୀରେ କାମ କରୁଥିବା ସମୟରେ ବରଫ ତିଆରି ପାଇଁ ଯେଉଁ କ୍ୟାମିକାଲ ବ୍ୟବହାର ହୁଏ ତାହା ତାଙ୍କ ଗୋଡ଼ରେ ପଡିଯିବାରୁ ଘା ହୋଇ ସଂକ୍ରମଣ ହୋଇ ଯାଇଥିଲା ଏଂବ ସେ ଭୁବନେଶ୍ୱରର ଏକ ସରକାରୀ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଯାଇଥିଲେ ଡାକ୍ତର ତାଙ୍କୁ ଔଷଧ ଦେଇଥିଲେ କିନ୍ତୁ କୌଣସି ସଫଳ ପାଇନ ଥିଲେ ଏଂବ ନିଜ ଗାଁ କୁ ଆସି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଯାଇ ଥିଲେ କିନ୍ତୁ ତାଙ୍କୁ ବ୍ରହ୍ମପୁର ଏମ କେ ଏସ ଜି ମେଡିକାଲ କୁ ରେଫର କରାଯାଇଥିଲା l ବ୍ରହ୍ମପୁର ମେଡିକାଲରେ ତାଙ୍କ ଡାହାଣ ଗୋଡ଼ର ତିନୋଟି ଆଙ୍ଗୁଠି ଅସ୍ତ୍ରପ୍ରଚାର କରି କାଢି ଦିଆଯାଇଥିଲା କିନ୍ତୁ ସମ୍ପୂର୍ଣ ଆରୋଗ୍ୟନ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏକ ଘରୋଇ ଡାକ୍ତର ଖାନାରେ ତାଙ୍କର ଡାହାଣ ଗୋଡ଼ର କିଛି ଅଂଶ କାଟିଦିଆଗଲା ହେଲେ ମଧ୍ୟ୍ୟ ଚିକିତ୍ସାରେ କୌଣସି ସୁଫଳ ମିଳିଲା ନାହିଁ ଏବଂ ସଂକ୍ରମଣ ବୃଦ୍ଧି ପାଉଥିବା ରୁ ସେ ବିଞ୍ଚଣାରେ ପଡ଼ିରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି l ତାଙ୍କ ବୟସ ମାତ୍ର 35 ତାଙ୍କ ତିନୋଟି ପୁଅଝିଅ ତାଙ୍କ ଉପରେ ପୁରା ପରିବାର ନିର୍ଭରଶୀଳ l ଚିକିତ୍ସା ପାଇଁ ସ୍ତ୍ରୀ ଗାୟତ୍ରୀ ନିଜର ଜମି ବାଡ଼ି ବିକ୍ରି କରି ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ମେଡିକାଲ କୁ ନେଇ ଥିଲେ କିନ୍ତୁ ସ୍ୱାମୀ ର ଉନ୍ନତ ମାନର ଚିକିତ୍ସା ହୋଇପାରିଲା ନାହିଁ ଏବଂ ସମ୍ପୂର୍ଣ୍ଣ ଦୁଃଖରେ ଭାଙ୍ଗିପଡିଛନ୍ତି ପୁରା ପରିବାର l ସ୍ୱାମୀର ଉନ୍ନତ ମାନର ଚିକିତ୍ସା ନିମନ୍ତେ ଅତ୍ୟାଧୁନିକ ଚିକିତ୍ସା ପାଇଁ ସ୍ତ୍ରୀ ଗାୟତ୍ରୀ ଜ଼ିଲ୍ଲା ପ୍ରଶାସନ ଓ ସରକାରଙ୍କ ନିକଟରେ ଆକୁଳ ନିବେଦନ କରି ଗୁହାରି କରିଛନ୍ତି l ଖାଲି ଦେଖିବାକୁ ବାକି ରହିଲା ଜ଼ିଲ୍ଲା ପ୍ରଶାସନ ଓ ସରକାର ଉନ୍ନତ ମାନର ଚିକିତ୍ସା ପାଇଁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଚକାପାଦ ଅଞ୍ଚଳ ର ରମାକାନ୍ତ କହଁରଙ୍କୁ କେବେ ସାହାର୍ଯ୍ୟ ଓ ସହଯୋଗର ହାତ ବଢ଼ାଉଛନ୍ତି l

nis-ad
Leave A Reply

Your email address will not be published.