ଆମେରିକାରେ ଫ୍ଲାଇଟ୍ ଅଚଳାବସ୍ଥା ପଛରେ ବଡ଼ ଷଡ଼ଯନ୍ତ୍ର – କିଛି ଲୋକ କମ୍ପ୍ୟୁଟର ଫାଇଲ କରପ୍ଟ କରିଥିଲେ…

ନ୍ୟୁୟର୍କ : କମ୍ପ୍ୟୁଟର ସିଷ୍ଟମରେ ତ୍ରୁଟି ଯୋଗୁଁ ଆମେରିକାର ବିମାନ ଚଳାଚଳ କ୍ଷେତ୍ରରେ ହୋଇଥିବା ଅଚଳାବସ୍ଥା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ସଂଦେହ ବଢିବାରେ ଲାଗିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ କମ୍ପ୍ୟୁଟର ସିଷ୍ଟମରେ ହୋଇଥିବା ଅଚଳାବସ୍ଥା କିଛି ବ୍ୟକ୍ତିଙ୍କ ଯୋଗୁଁ ହୋଇଛି, ଯେଉଁମାନେ ଏକ ଫାଇଲକୁ କରପ୍ଟ କରିଦେବାରୁ ସମଗ୍ର ସିଷ୍ଟମ ଅଚଳ ହୋଇଯାଇଥିଲା ।
ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ (ଏଫଏଏ) ପକ୍ଷରୁ କୁହାଯାଇଛି ଯେ କିଛି ଲୋକ ଏକ ଫାଇଲ କରପ୍ଟ କରିବାରୁ ଏପରି ହୋଇଥିଲା । ଯାହା ଫଳରେ ବିମାନ ଗୁଡ଼ିକୁ ନିରାପତ୍ତା ସଂକେତ ପଠାଯାଇପାରିନଥିଲା । ତେବେ ସୁରକ୍ଷା କାରଣରୁ ଉକ୍ତ ବ୍ୟକ୍ତିମାନଙ୍କ ନାମ ପ୍ରକାଶ ପାଇନାହିଁ । ଏବେ କମ୍ପ୍ୟୁଟର ସିଷ୍ଟମ ସ୍ବାଭାବିକ ଭାବେ କାମ କରୁଛି ବୋଲି ଏଫଏଏ କହିଛି ।
ଗତ ମଙ୍ଗଳବାର ରାତିରେ ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନର କମ୍ପ୍ୟୁଟର ସିଷ୍ଟମ ନୋଟିସ-ଟୁ ଏୟାର ମିସନ୍ସ ବା ନୋଟାମରେ ଏକ ତ୍ରୁଟି ଦେଖାଯାଇଥିଲା । ଏହା ଫଳରେ ସମଗ୍ର ଆମେରିକାରେ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିଲା । ଆମେରିକାର ବେସାମରିକ ବିମାନ ଚଳାଚଳ ୱେବସାଇଟ୍ ଅନୁଯାୟୀ, ପ୍ରାୟ ୬୧୦୦ ବିମାନର ଉଡ଼ାଣ ବିଳମ୍ବିତ ହୋଇଥିଲା ଓ ୧୦୦୦ ଫ୍ଲାଇଟ ବାତିଲ ହୋଇଯାଇଥିଲା ହୋଇଥିଲା । ଏହାକୁ ଏକ ସାଇବର ଆକ୍ରମଣ ବୋଲି ସଂଦେହ କରାଯାଉଥିଲେ ବି ଆମେରିକା ସରକାର ଏହାକୁ ଖଣ୍ଡନ କରିଥିଲେ ।

nis-ad
Leave A Reply

Your email address will not be published.