୧୨ ଦିନ ମଧ୍ୟରେ ଯୋଶୀ ମଠ ୫.୪ ସେମି ଦବିଛି…

ନୂଆଦିଲ୍ଲୀ: ମାଟି ଦବୁଥିବାରୁ ଉତ୍ତରାଖଣ୍ଡରେ ଯୋଶୀ ମଠର ଅବସ୍ଥା ଟଳମଳ ଥିବା ବେଳେ ଏବ ସାଟେଲାଇଟ୍‌ ମାଧ୍ୟମରେ ଆସିଥିବା ତଥ୍ୟ ଅଧିକ ସାଂଘାତିକ୍। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜୋଷୀ ମଠ ଏହା ସଂଲଗ୍ନ ଅଞ୍ଚଳ ସ୍ଥାୟିତ୍ୱ ଉପରେ ଭୟଙ୍କର ସଙ୍କଟ ରହିଛି। ସାଟେଲାଇଟ୍‌ରେ ବିପର୍ଯ୍ୟୟମୁହାଁ ଯୋଶୀ ମଠର ଭୌଗଳିକ ଚିତ୍ର ଆସିଛି। ସେଥିରେ ୧୨ ଦିନ ମଧ୍ୟରେ ଯୋଶୀ ମଠ ୫.୪ ସେମି ଦବିଥିବା ଜଣାପଡ଼ିଛି। ଇଶ୍ରୋ ପକ୍ଷରୁ ଗତ ଡିସେମ୍ବର ୨୭ରୁ ଜାନୁୟାରୀ ୮ ପର୍ଯ୍ୟନ୍ତ ମଠର ଦ୍ରୁତି ଅବନତିର ମାତ୍ରା ରେକର୍ଡ଼ କରାଯାଇଛି।
ଏହି ୧୨ ଦିନ ମଧ୍ୟରେ ଯୋଶୀ ମଠ ଇଲାକା ୫.୪ ସେମି ଦବିଛି। ଯୋଶୀ ମଠ ହେଉଛି ତୀର୍ଥସ୍ଥଳୀ ବଦ୍ରିନାଥ ହେମକୁଣ୍ଡ ସାହିବକୁ ଯିବା ପାଇଁ ପ୍ରବେଶ ଦ୍ୱାର। ତେଣୁ ପର୍ଯ୍ୟଟକମାନଙ୍କ ପାଇଁ ଏହି ରାସ୍ତା ଏବେ ଅସୁରକ୍ଷିତ ମନେ ହେଲାଣି। ସେଠାରେ ଏବେ ପାହାଡ଼ ମାଟି ଦବୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଆତଙ୍କର କାରଣ ପାଲଟିଛି। ବର୍ତ୍ତମାନ ସୁଦ୍ଧା ୧୭୬ ଜଣଙ୍କୁ ସ୍ଥାନାନ୍ତର କରାଗଲାଣି। ପ୍ରଭାବିତ ଲୋକଙ୍କ ପାଇଁ ୧୬ଟି ରିଲିଫ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି ।

ଉତ୍ତରାଖଣ୍ଡର ଜୋଶୀ ମଠ ସହର ଦବିବା ଯୋଗୁଁ ସେନା ଯବାନ ଓ ଅଧିକାରୀ ରହୁଥିବା ୨୫ଟି କୋଠାରେ ଫାଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଅନ୍ୟତ୍ର ସ୍ତାନାନ୍ତର କରାଯାଉଛି। ଜୋଶୀ ମଠ ସହର ଦବିବା ଫଳରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ମୁକାବିଲା କରିବା କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନକୁ ସେନା ତରଫରୁ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି। ଏହାରି ଭିତରେ ଏକ କେନ୍ଦ୍ରୀୟ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ଯୋଶୀ ମଠର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବା ପାଇଁ କେନ୍ଦ୍ର ସରକାର ୭ଟି ପୃଥକ ଅନୁଷ୍ଠାନର ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି।

nis-ad
Leave A Reply

Your email address will not be published.