ବେକରେ ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା…

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ପାଲିଗୁଡା ଠାରେ ଜନୈକ ଯୁବକ ଏକ ତେନ୍ତୁଳି ଗଛରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ କୃପା ମୁଦୁଲି (୨୫)।

ସୂଚନା ଅନୁଯାୟୀ, ବୈପାରିଗୁଡା ଥାନା ଅନ୍ତର୍ଗତ ବନୁଆଗୁଡା ଗ୍ରାମର ଗରା ମୁଦୁଲିଙ୍କ ପୁଅ କୃପା ମୁଦୁଲି (୨୫) ବିଳମ୍ବିତ ରାତିରେ ପରିବାର ଲୋକେ ଶୋଇଥିବା ବେଳେ ଏକ ତେନ୍ତୁଳି ଗଛରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। କୃପା ମୁଦୁଲି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପଡ଼ା ପଞ୍ଚାୟତର ବନୁଆଗୁଡା ଗ୍ରାମର ହୋଇଥିବା ବେଳେ ସେ ପାଲିଗୁଡା ଗ୍ରାମର ଝିଅ ସହିତ ପ୍ରେମ ବିବାହ କରି ନିଜ ଶ୍ଵଶୁର ଘରେ ପାଞ୍ଚ ବର୍ଷ ହେଲା ରହିଆସୁଥିଲେ। ତାଙ୍କର ଦୁଇଟି ସନ୍ତାନ। ସେ ପେଶାରେ ଜଣେ ଡ୍ରାଇଭର ଅଟନ୍ତି। ପ୍ରତିଦିନ ଭଳି ଗତକାଲି ମଧ୍ୟ ସେ ନିଜ ଡ୍ରାଇଭିଙ୍ଗ କାମ ସାରି ସନ୍ଧ୍ୟାରେ ଘରକୁ ଫେରି ପରିବାର ଲୋକଙ୍କ ସହିତ ରାତ୍ରି ଭୋଜନ କରିଥିଲେ। ବିଳମ୍ବିତ ରାତିରେ ମାନସିକ ଭାରସାମ୍ୟ ହରାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଖବର କୃପା ମୁଦୁଲିଙ୍କ ବାପା ଜାଣିବା ପରେ ପାଲିଗୁଡା ଠାରେ ପହଞ୍ଚି ପୁଅର ଝୁଲନ୍ତା ଶବକୁ ଦେଖି ବୈପାରିଗୁଡା ଥାନାରେ ଏକ ସଂଦେହ ଜନକ ମୃତ୍ୟୁ ବୋଲି ଏତାଲ ଦେଇଛନ୍ତି।

nis-ad
Leave A Reply

Your email address will not be published.