ଫେକ୍ ନ୍ୟୁଜ ପ୍ରସାର କରୁଥିବା ୬ଟି ୟୁଟ୍ୟୁବ୍ ଚାନେଲ ବିରୋଧରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ୬ଟି ୟୁଟ୍ୟୁବ୍ ଚ୍ୟାନେଲର ପର୍ଦ୍ଦାଫାଶ୍ କରିଛି, ଯେଉଁଗୁଡିକ ଭାରତରେ ମିଥ୍ୟାତଥ୍ୟ ପ୍ରଚାର କରୁଥିଲେ । ଏହି ଚ୍ୟାନେଲଗୁଡିକ ଦ୍ୱାରା ପ୍ରସାରିତ ମିଥ୍ୟା ଖବରକୁ ପ୍ରତିହତ କରିବା ପାଇଁ ଫ୍ୟାକ୍ଟ ଚେକ ୟୁନିଟ୍ ୧୦୦ରୁ ଅଧିକ ସତ୍ୟତା ଯାଂଚ କରି ୬ଟି ପୃଥକ ଟ୍ୱିଟର ସୂତ୍ରକୁ ପ୍ରକାଶ କରିଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ୟୁନିଟର ଏହା ହେଉଛି ଏହି ଭଳି ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ, ଯେଉଁଥିରେ ସବୁ ଚ୍ୟାନେଲଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି ।
ଏହି ୬ଟି ୟୁଟ୍ୟୁବ୍ ଚ୍ୟାନେଲ ଏକ ସଂଯୋଜିତ ନକଲି ସୂଚନା ନେଟୱର୍କର ଅଂଶ ଭାବରେ କାର୍ଯ୍ୟ କରୁଥିବା ଜାଣିବାକୁ ମିଳିଥିଲା। ଏହାର ପ୍ରାୟ ୨୦ ଲକ୍ଷ ଗ୍ରାହକ ରହିଥିଲେ ଏବଂ ସେମାନଙ୍କ ଭିଡିଓଗୁଡିକ ୫୧ କୋଟିରୁ ଅଧିକ ଥର ଦେଖା ଯାଇଥିଲା । ପିଆଇବି ଦ୍ୱାରା ତଥ୍ୟ – ଯାଂଚ କରା ଯାଇଥିବା ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା :
SI. No. -Name of YouTube Channel – Subscribers -Views

  1. Nation Tv – 5.57 Lakh – 21,09,87,523
  2. Samvaad Tv -10.9 Lakh- 17,31,51,998
  3. Sarokar Bharat – 21.1 thousand -45,00,971
  4. Nation -24 25.4 thousand – 43,37,729
  5. Swarnim Bharat- 6.07 thousand -10,13,013
  6. Samvaad Samachar- 3.48 Lakh- 11,93,05,103
    Total 20.47 Lakh 51,32,96,337
    ପିଆଇବି ସତ୍ୟତା ଯାଂଚ ୟୁନିଟ୍ ଦ୍ୱାରା ଚିହ୍ନଟ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ନିର୍ବାଚନ, ସୁପ୍ରିମକୋର୍ଟର କାର୍ଯ୍ୟନିର୍ବାହ ଏବଂ ଭାରତର ସଂସଦରେ ଚାଲିଥିବା ପ୍ରକ୍ରିୟା, ଭାରତ ସରକାରଙ୍କ କାର୍ଯ୍ୟକଳାପ ଇତ୍ୟାଦି ବିଷୟରେ ମିଥ୍ୟା ଖବର ପ୍ରସାରଣ କରିଛନ୍ତି। ଉଦାହରଣ ସ୍ୱରୂପ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଉପରେ ନିଷେଧାଦେଶ ଏବଂ ମିଥ୍ୟା ବିବୃତି ପାଇଁ ଭାରତର ମାନ୍ୟବର ରାଷ୍ଟ୍ରପତି, ମାନ୍ୟବର ପ୍ରଧାନ ବିଚାରପତିଙ୍କ ସମେତ ବରିଷ୍ଠ ସାମ୍ବିଧାନିକ କାର୍ଯ୍ୟକର୍ତ୍ତାଙ୍କୁ ଦାୟୀ କରା ଯାଇଥିବା ଭଳି ଖବର ରହିଛି।
    ଚ୍ୟାନେଲଗୁଡିକ ନକଲି ସମ୍ବାଦ ପରିବେଶଣ ବ୍ୟବସ୍ଥାର ଏକ ଅଂଶ ବିଶେଷ, ଯାହା ମିଥ୍ୟା ଖବରର ପ୍ରସାରଣ କରି ଅର୍ଥ ସଂଗ୍ରହରେ ବୃଦ୍ଧି ଘଟାଇ ଥାଏ । ଚ୍ୟାନେଲଗୁଡ଼ିକ ଜାଲ, କ୍ଲିକ୍ ବେଟ୍ ଏବଂ ସମ୍ବେଦନଶୀଳ ଥମ୍ବନେଲ୍ ଏବଂ ଟିଭି ଚ୍ୟାନେଲର ଟେଲିଭିଜନ୍ ନ୍ୟୁଜ୍ ଆଙ୍କରମାନଙ୍କର ଛବି ବ୍ୟବହାର କରି ଏହି ଖବର ସତ୍ୟ ଆଧାରିତ ବୋଲି ଦର୍ଶକଙ୍କୁ ବିଭ୍ରାନ୍ତ କରୁଥିଲେ ଏବଂ ସେମାନଙ୍କ ଦ୍ୱାରା ପ୍ରକାଶିତ ଭିଡିଓଗୁଡିକର ମନିଟାଇଜେସନ୍ କରିବା ପାଇଁ ସେମାନଙ୍କ ଚ୍ୟାନେଲରେ ଦର୍ଶକ ସଂଖ୍ୟା ବୃଦ୍ଧି କରୁଥିଲେ ।
    ପିଆଇବି ସତ୍ୟତା ଯାଂଚ ୟୁନିଟ୍ ଦ୍ୱାରା ଏହା ହେଉଛି ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ । ଏହା ପୂର୍ବରୁ ଏକ ପ୍ରମୁଖ କାର୍ଯ୍ୟାନୁଷ୍ଠାନରେ ୨୦ ଡିସେମ୍ବର, ୨୦୨୨ରେ ୟୁନିଟ୍ ମିଥ୍ୟା ଖବର ପ୍ରଚାର କରୁଥିବା ତିନୋଟି ଚ୍ୟାନେଲର ପର୍ଦ୍ଦାଫାଶ କରିଥିଲା ।
nis-ad
Leave A Reply

Your email address will not be published.