ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରା ଅପହୃତ..!

ସୁନ୍ଦରଗଡ଼ //ବଣାଇ: ସୁନ୍ଦରଗଡ଼ ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରାଙ୍କୁ ଅପହରଣ ଅଭିଯୋଗ। ଏନେଇ ଟିକାୟତପାଲୀ ଥାନାରେ ଏତଲା କଲେ ଉପାଧ୍ୟକ୍ଷାଙ୍କ ସ୍ୱାମୀ ପ୍ରସନ୍ନ ବେହେରା। ବିନତି ୪ ତାରିଖରେ ପୁଅକୁ ସ୍କୁଲ ଛାଡ଼ିବାକୁ ଖମାର ଯାଇଥିଲେ। ହେଲେ ଆଉ ଘରକୁ ଫେରିନାହାନ୍ତି ବୋଲି ଏତଲା ହୋଇଛି। ଏନେଇ ରାଜନୈତିକ ମହଲରେ ଅଲୋଚନା ଜୋର ଧରିବା ପରେ ଘଟଣା ଆଜି ପଦାକୁ ଆସିଛି।

ବଣାଇ ଏସ୍‌ଡିପିଓ ସୁରଜ ଦେବତା କହିଛନ୍ତି, ଏହା ଅପହରଣ ନୁହେଁ, ସେ ନିଖୋଜ ଅଛନ୍ତି। ବିନତି ନିଖୋଜ ଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିବା ପରେ ଏନେଇ ମାମଲା କରାଯାଇଛି। ତାଙ୍କୁ ଠାବ କରିବାକୁ ପୁଲିସ ପଦକ୍ଷେପ ନେଇଛି।

ପ୍ରସନ୍ନ ବେହେରା କହିଛନ୍ତି, ତାଙ୍କ ପତ୍ନୀଙ୍କୁ ଅପହରଣ କରାଯାଇଥିବା ସେ ସନ୍ଦେହ କରୁଛନ୍ତି। ଏନେଇ ସେ ଥାନାରେ ଗତ ୬ ତାରିଖରେ ଏତଲା ଦେଇଛନ୍ତି। ପତ୍ନୀ ନିଖୋଜ ପରେ ବିଭିନ୍ନ ସ୍ଥାନ ଖୋଜି ନ ପାଇବାରୁ ପରେ ପୁଲିସର ଆଶ୍ରୟ ନେଇଥିଲେ। ଦୀର୍ଘଦିନ ବିତି ଯାଇଥିଲେ ହେଁ ପତ୍ନୀଙ୍କୁ ଠାବ କରାଯାଇପାରିନି। ତେବେ କେଉଁ କାରଣ ପାଇଁ ବିନତିଙ୍କୁ ଅପହରଣ କରାଗଲା ସେ ନେଇ ସ୍ପଷ୍ଟ ସୂଚନା ଜଣାପଡ଼ିନି।

nis-ad
Leave A Reply

Your email address will not be published.