ନିଯୁକ୍ତି ଦାବି ନେଇ ମୃତ କର୍ମଚାରୀଙ୍କ ପରିବାର ବର୍ଗ ଆନ୍ଦୋଳନକୁ ଓହ୍ଲାଇଲେ…

ଛତ୍ରପୁର : ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୃତ୍ତିକା କମ୍ପାନୀରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦେବା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ମୃତ କର୍ମଚାରୀଙ୍କ ପରିବାର ବର୍ଗ । ଏନେଇ ବୁଧବାର ଭାରତୀୟ ବିରଳ ମୃତ୍ତିକା କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ସେମାନେ ଆନ୍ଦୋଳନ କରିବା ସହ କମ୍ପାନୀ କର୍ତ୍ତୁପକ୍ଷଙ୍କ ମନମୁଖି କାର୍ଯ୍ୟକୁ କଡା ସମାଲୋଚନା କରିଛନ୍ତି । ଏନେଇ ମୃତ କର୍ମଚାରୀଙ୍କ ପରିବାର ବର୍ଗ ପୂର୍ବରୁ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ନ ହୋଇଥିବାରୁ ପୁଣି ଆଜି ଠାରୁ ସେମାନଙ୍କ ଆନ୍ଦୋଳନକୁ ଅଧିକ ତୀବ୍ରତର କରିଛନ୍ତି । ଆଗାମୀ ଦିନରେ ସେମାନଙ୍କ ଦାବି ଗୁଡିକ ପୂରଣ ନ କରାଗଲେ କେତେକ ପରିବାର ବର୍ଗ ମଧ୍ୟ ଆତ୍ମହୂତି ଦେବି ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ନୃସିଂହ ଗୌଡ, ଅବନୀ କାନ୍ତ ସାହୁ, ରଞ୍ଜିତ କୁମାର ବେହେରା, ବିଘ୍ନେଶ୍ୱର ଶଣ୍ଢ, ମହମ୍ମଦ ମହସିନ, ରବିନ୍ଦ୍ର ନାଥ ମୁଦୁଲି, ପ୍ରମିତା ପ୍ରଧାନ, ନେତ୍ରା ସାହୁ, ସାରଥି ବେହେରା ଓ ଆଶିଷ ମହାପାତ୍ରଙ୍କ ସମେତ ବହୁ ପରିବାର ବର୍ଗ ସାମିଲ ଥିଲେ ।

nis-ad
Leave A Reply

Your email address will not be published.