ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ସଦର ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ରାସ୍ତା ପାର୍ଶରେ ଥିବା ଫଳକ ନାମା ବୋର୍ଡ କୁ ଭାଙ୍ଗି ରାସ୍ତାର ଅଳିଆ ଆବର୍ଜନା ଓ ପାଣି ଯିବା ଡ୍ରେନର ମୁଣ୍ଡରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫଳକ ନାମାକୁ କଣ୍ଟା ବାଡ଼େଇ ବ୍ୟବହାର କରିବା ଦେଖିବାକୁ ମିଳିଛି l କିଏ ବା କାହିଁକି ଏହି ପରି କରିଛନ୍ତି ତାହା ଜଣା ପଡ଼ୁନାହିଁ l ଏତେ ସୁନ୍ଦର ଷ୍ଟିଲର ଫଳକ ନାମା ଫ୍ରେମଟିରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବୋର୍ଡ ନ ଲାଗି କାହିଁକି ମା ସନ୍ତୋଷୀ ଜୁଏଲାରୀ ଦୋକାନର ସମ୍ମୁଖରେ ଥିବା ଡ୍ରେନର ମୁଣ୍ଡରେ ପାଣି ବା ଅଳି ଆବରଜନା ଯିବା ରାସ୍ତାକୁ ବନ୍ଦ କରା ହେଇଛି ଏହାକୁ ନେଇ ରାଇଘର ଓ ଆଖି ପାଖ ଅଞ୍ଚଳର ଜଣସାଧାରଣ ବୁଦ୍ଧି ଜୀବୀମାନେ ପ୍ରଶ୍ନ ଉଠେଇ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି l ସରକାରି ହସ୍ପିଟାଲର ଫଳକ ନାମାକୁ ସଦର ରାଇଘରରେ ଯଦି ଏହି ପରି ମନ ମୁଖୀ ବ୍ୟବହାର ଦେଖିବାକୁ ମିଳେ ହେଲେ ଉପାନ୍ତ ଅଞ୍ଚଳର ସବୁ ଉର୍ନୟନ ମୂଳକ କାର୍ଯ୍ୟ କିପରି ହେଉଛି ତାହା ନ କହିବା ଭଲ l ହସ୍ପିଟାଲର ଏହି ବୋର୍ଡ ବ୍ୟବହାର କିଏ ଏବଂ କଣ ପାଇଁ ଏମିତି କରିଛି ତାର ପାଇଁ ହସ୍ପିଟାଲ କର୍ତୃପକ୍ଷ ଓ ପ୍ରଶାସନ ସ୍ୱତନ୍ତ ଦୃଷ୍ଟି ଦିୟୁନ୍ତୁ, ଏବଂ ଅନୁସନ୍ଧାନ କରିବାକୁ ଦାବି ହୋଇଛି…
Sign in
Sign in
Recover your password.
A password will be e-mailed to you.