ସୁନ୍ଦରଗଡ଼ : ହକି ବିଶ୍ୱକପ ଅବସରରେ ସୁନ୍ଦରଗଡ଼ର ଭବାନି ଭବନ ଷ୍ଟାଡିୟମଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତାର ପୁଲ୍ ମ୍ୟାଚ ଶେଷ ହୋଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ଜାନୁଆରି ୭ରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାରେ ମୋଟ ୨୪ଟି ଟିମ୍ ଭାଗ ନେଇଥିଲେ। ସେଥିମଧ୍ୟରୁ ୮ଟି ଟିମ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ପୁରୁଷ ବର୍ଗରେ ବଡ଼ଗାଁ, ସବଡେଗା, ହେମଗିର ଏବଂ ଟାଙ୍ଗରପାଲି ବ୍ଲକ ସେମିଫାଇନାଲକୁ ଯାଇଛନ୍ତି। ସେହିପରି ମହିଳା ବର୍ଗରେ ସୁନ୍ଦରଗଡ଼ ସଦର, ବଡ଼ଗାଁ, ଲାଠିକଟା ଏବଂ ରାଜଗାଙ୍ଗପୁର ବ୍ଲକ ସେମିଫାଇନାଲ ମ୍ୟାଚ ଖେଳିବେ।
ରାଉରକେଲା ଇସ୍ପାତ ଷ୍ଟାଡିୟମରେ ଜାନୁଆରି ୧୮ରେ ସେମିଫାଇନାଲ ଏବଂ ୧୯ରେ ଫାଇନାଲ ମ୍ୟାଚ ଆୟୋଜନ କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ପ୍ରଥମେ ଗ୍ରାମପଞ୍ଚାୟତ ସ୍ତରରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା। ପରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଏବଂ ଏବେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କରାଯାଉଛି।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼