ଧାନ ଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ

ଛତ୍ରପୁର : ରବିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଧାନ ଗଦାରେ ନିଆଁ ଲାଗିଯିବା ଘଟଣାରେ ସୋମବାର ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଓ ଚମାଖଣ୍ଡି ଥାନାଧିକାରୀ ସୁଦୀପ୍ତ କୁମାର ସାହୁ କ୍ଷେତ୍ର ପରିଦର୍ଶନ କରିଛନ୍ତି l ଖରାବର୍ଷା କୁ ଖାତିର ନ କରି ଚାଷୀ ମୁଣ୍ଡ ର ଝାଳ ତୁଣ୍ଡରେ ମାରି ରକ୍ତକୁ ପାଣି କରି କଷ୍ଟ ଅର୍ଜିତ ଅମଳ ଧାନ ଅଡ଼ିଆ କୁ ପେଡି ,ଧାନକୁ ବିକ୍ରି କରି ଭଲ ଦୁଇ ପଇସା ଅର୍ଥ ଉପାର୍ଜନ କରିଥାନ୍ତା କିନ୍ତୁ ସବୁ ଆଶା ଆଶାରେ ହିଁ ରହିଗଲା l ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ୭ ଟି ଗରିବ ଚାଷୀଙ୍କ ଧାନ ଗଦାରେ କେଉଁ ଦୁର୍ବୁତ୍ତ ନିଆଁ ଲଗେଇ ଦେବା ଫଳରେ ୧୨ ଏକର ରୁ ଉର୍ଦ୍ଧ ଜମିର ଧାନ ପୋଡିଜଳି ପାଉଁଶ ହୋଇଛି l ସୂଚନା ଯୋଗ୍ୟ ଯେ,ଛତ୍ରପୁର ତହସିଲ ଅଧିନ ରଘୁନାଥପୁର ମୌଜାର ନରେନ୍ଦ୍ରପୁର ଗ୍ରାମରେ ବିଲରେ ଗାଦୀ କରି ରଖିଥିବା ୭ ଜଣ ଚାଷୀଙ୍କ ରବିବାର ସନ୍ଧ୍ୟାରେ କୋଣସି କାରଣ ବଶତଃ ୧୨ ଟି ଧାନ ପାଳ ଗଦାରେ ବଡ଼ ଧରଣ ର ନିଆଁ ଲାଗିଥିଲା l ଏହାର ସୂଚନା ପାଇ ଘଟଣା ସ୍ଥଳରେ ଚମାଖଣ୍ଡି ଥାନା ଅଧିକାରୀ, ନରେନ୍ଦ୍ରପୁର ଆରଆଇ ଓ ସ୍ଥାନୀୟ ସରପଞ୍ଚ ,ସମିତିସଭ୍ୟl ପହଁଚି ଥିବା ବେଳେ ସେଠାରେ ଛତ୍ରପୁର ଦମକଳ ବାହିନୀ ର ଦୁଇଟି ଗାଡି ପହଁଚି ଥିଲେ ମଧ୍ୟ ବିଲ ମଧ୍ୟକୁ ଯିବା ସମ୍ଭବ ପର ନଥିଲା ,ତେଣୁ ନିଆଁ କୁ ଆୟତ କରିପାରିନି ନଥିଲେ l ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁର ରୁ ମଧ୍ୟ ଦମକଳ ପହଁଚି ଥିଲା l ଛତ୍ରପୁର ଓ ବ୍ରହ୍ମପୁର ଉଭୟ ଦମକଳ ବାହିନୀ ମିଶି ନିଆଁ କୁ ଲିଭାଇବାରେ ସହାୟକ ହୋଇଥିଲେ l
ମିଳିଥିବା ସୂଚନା ମୁତାବକ ପ୍ରାୟ ୭ ଜଣ ଚାଷୀଙ୍କ ପାଖାପାଖି ୧୨ ଗୋଟି ଧାନ ଗଦାରେ ନିଆଁ ଲାଗି ବ୍ୟପକ ପରିମାଣର ଧାନ ନଷ୍ଟ ହୋଇଯାଇଥିବା ଚାଷୀ କହିଛନ୍ତି l ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ଏହି ନିଆଁ ଲାଗିଛି ତାହା ସଠିକ ଭାବେ ଜଣାପଡିନାହିଁ l ଘଟଣାକୁ ଗୁରୁତ୍ୱ ସହକାରେ ନେଇ ପୁଣି ଆଜି ସକାଳୁ ଘଟଣା ସ୍ଥଳକୁ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଓ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ପହଁଚି ଚାଷୀଙ୍କ ସହ ଆଲୋଚନା କରିବା ସହ କିପରି ସେମାନେ ସହାୟତା ପାଇବେ ,ତାହାର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ସୁପ୍ରଭାଇଜର ଓ ଆରଆଇ ଙ୍କୁ ନିର୍ଦ୍ଦେଶ ଦେଇ ଫେରିଛନ୍ତି l ଅନ୍ୟ ପକ୍ଷରେ ଚାଷୀ ମାନେ ପରିପlର୍ଶ୍ଵକ ସ୍ଥିତି କୁ ଦେଖି କୌଣସି ଦୁର୍ବୁତ୍ତ ନିଆଁ ଲଗେଇ ଦେଇଥିବା ଅନୁମାନ କରି ଚମାଖଣ୍ଡି ଥାନାରେ ଏତଲା ଦେଇଛନ୍ତି l ଯାହାକୁ ଭିତ୍ତି କରି ଚମାଖଣ୍ଡି ଥାନାଧିକାରୀ ପ୍ରଦୀପ୍ତ କୁମାର ସାହୁ ଓ ଟିମ୍ କୁ ନେଇ ଘଟଣା ସ୍ଥଳକୁ ଯାଇ ଛାନଭିନ୍ କରୁଛନ୍ତି l ବର୍ଷସାରା ଅପାର୍ଜନ ଅର୍ଥରାଶି ସହ ନିଜର ଓ ପଶୁମାନଙ୍କର ପେଟର ଦାନାକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ବୁଢ଼ୀ ମା ସମେତ ୭ ଗରିବ ଚାଷୀ ପରିବାର l ସେମାନଙ୍କ ଆଶା ଓ ଖୁସି ଧୂଳିସାତ ହୋଇଯାଇଛି ଓ ମନୋବଳ ବି ଭାଙ୍ଗିଯାଇଛି l ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଏମାନଙ୍କୁ କି ପ୍ରକାର ସହାୟତା ଦେବେ ଓ ଯଦି ଦୁର୍ବୁତ୍ତ ଏହି କାଣ୍ଡ ଭିଆଇଥାଏ ତାହାହେଲେ ପୋଲିସ କେବେ ଦୋଷୀକୁ ଧରି ଏମାନଙ୍କୁ ନ୍ୟାୟ ଦେବ l

nis-ad
Leave A Reply

Your email address will not be published.