ଦକ୍ଷିଣ ଓଡିଶା ନାଟକ ମହୋତ୍ସବ : ଚତୁର୍ଥ ରଜନୀରେ ନାଟକ “ଅନ୍ଧାରର ଆର୍ତ୍ତନାଦ” ମଂଚସ୍ଥ…

ବ୍ରହ୍ମପୁର–ଗଂଜାମ ଜିଲ୍ଲା ମଂଚ କଳାକାର ସମ୍ମିଳନୀ ଦ୍ୱାରା ବ୍ରହ୍ମପୁର କଳାକାର ଏକତା ମଂଚ ସହାୟତାରେ ଅନୁଷ୍ଠିତ ଷଷ୍ଠ ରାଜ୍ୟସ୍ତରୀୟ ତଥା ୩୨ତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ର ଚତୁର୍ଥ ରଜନୀରେ ମଂଚସ୍ଥ ହୋଇଛି ନାଟକ”ଅନ୍ଧାରର ଆର୍ତ୍ତନାଦ”। ମାଆ ଓ ମାଟିକୁ ଛାଡି କେବେ କିଛି ସମ୍ଭବ ନୁଁହ । ମାଟି ସହ ମାତିଲେ ସୁନା ଫଳେ,ମାଆ କୋଳରେ ମୁଣ୍ଡ ଗୁଞ୍ଜିଲେ ସ୍ୱର୍ଗ ସୁଖ ମିଳେ । ଏସବୁକୁ ପଛରେ ପକାଇ ସହରୀ ସଭ୍ୟତାର ଚାକଚକ୍ୟକୁ ଆପଣେଇ ନେଵାର ଅବଦମିତ ଇଛା ପାଇଁ ସେ ଭୁଲ କରି ବସେ ଆଉ ହଜିଯାଏ ଅମା ଅନ୍ଧକାରରେ । ଅତଃ ଆଲୁଅ ସନ୍ଧାନରେ ଆର୍ତ୍ତ ଚିତ୍କାର କରିବା ହିଁ ସାର ହୁଏ । ତାର ସବୁ ସ୍ୱପ୍ନ,ସମ୍ଭାବନା ମରି ହଜି ଯାଏ ।ଅନ୍ଧାରରେ ଆର୍ତ୍ତନାଦ ହିଁ ସାର ହୁଏ । ଏଭଳି କିଛି ବିଷୟବସ୍ତୁକୁ ନେଇବ୍ରହ୍ମପୁର ଜଗାବଳିଆ କଲଚୁରାଲ ଏକାଡେମୀ ତରଫରୁ ଚିନ୍ମୟ ରଞ୍ଜନ ମିଶ୍ରଙ୍କ ରଚିତ ଓ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶିତ ନାଟକ ପରିବେଷିତ ହୋଇଥିଲା । ନାଟକରେ ସୁଦର୍ଶନ ମହାପାତ୍ର,ବାବୁଲା ବେହେରା,ସୁଧାସିନ୍ଧୁ ଦାସ,କଳାକୃଷ୍ଣ କର,ପ୍ରତିମା ଶତପଥୀ ଓ ରଜନୀ ନାହାକ ପ୍ରମୁଖ ଅଭିନୟ କରିଥିଲେ । ଶିଶିର ଶତପଥୀ ସହକାରୀ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ବେଳେ ଅଜିତ କୁମାର ପାଢୀ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । କୈଳାସ ପାଣିଗ୍ରାହୀ ଓ ସଞ୍ଜୟ କୁମାର ନାଟକ ସହଯୋଗ କରିଥିଲେ । ନାଟକ ମହୋତ୍ସବର ଚତୁର୍ଥ ରଜନୀ ନାଟକ ପୂର୍ବରୁ ଆୟୋଜିତ ସଭାରେ ଇଂ.ମନୋଜ ଦଣ୍ଡପାଟ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ମଦନ ମିଶ୍ର,ସୁସାହିତ୍ୟିକ ସଞ୍ଜୟ କୁମାର ଷଡଙ୍ଗୀ, ବରିଷ୍ଠ ନାଟ୍ୟକାର ଇଂ. ଆଶୁତୋଷ ପାତ୍ର,ସଂଗଠନ ସଭାପତି କେ.ବଳରାମ ଦାସ,ସାଧାରଣ ସମ୍ପାଦକ ରମେଶ ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ପରିଚୟ ସୀମାଞ୍ଚଳ ବେହେରା ପ୍ରଦାନ କରିଥିବା ବେଳେ କୃଷ୍ଣଚନ୍ଦ୍ର ସେଠି ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ ରେ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଲୋକନାଥ କାନୁନଗୋ, ସଂଜ୍ଞା ସମାହିତ ପାଢ଼ୀ,ସୁଦୀପ ସାହୁ,ଡ଼. ମିହିର ତ୍ରିପାଠୀ,ରାଜଗୋପାଳ ପାଢ଼ୀ,ଅନିଲ ପାତ୍ର,ବିଚିତ୍ରାନନ୍ଦ ବେବର୍ତ୍ତା,ରାମଚନ୍ଦ୍ର ଚୌଧୁରୀ,କାହ୍ନୁ ଚୌଧୁରୀ ପ୍ରମୁଖଙ୍କ ସହ ଅନେକ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.