ବୁଗୁଡା ବ୍ଲକ ଗ୍ରାମ ରୋଜଗାର ସେବକ ସଂଘର ବୈଠକ…

ବୁଗୁଡ଼ା : ବୁଗୁଡା ବ୍ଲକ ଗ୍ରାମ ରୋଜଗାର ସେବକ ସଂଘର ଏକ ବୈଠକ ଆଜି ମା ମାଳିଝୋଳା ମନ୍ଦିର ପରିସରରେ ସଭାପତି କାହ୍ନୁ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମ ରୋଜଗାର ସେବକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀକୁ ଗ୍ରାମ ରୋଜଗାର ସେବକ ମାନଙ୍କ ମଧ୍ୟରୁ ୪୯% ପିଲାଙ୍କୁ ନେବାକୁ ଓ ବଳକା ଗ୍ରାମ ରୋଜଗାର ସେବକମାନଙ୍କୁ ଆକାଉଣ୍ଟାଣ୍ଟ୍ କମ ଡିଇଓ ପଦବୀରେ ଅବସ୍ଥାପିତ କରିବାକୁ ସରକାରଙ୍କୁ ଜଣାଇବା ପାଇଁ ଜିଲ୍ଲା ସଭାପତିଙ୍କୁ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା । ବୈଠକରେ କାର୍ଯ୍ୟକାରୀ ସଭାପତି ସୁକାନ୍ତ ପାଣିଗ୍ରାହୀ , ସମ୍ପାଦକ ବିଦ୍ୟାଧର ପାତ୍ର , ଯୋଗେଶ୍ୱର ସ୍ୱାଇଁ ,ସୁନିତା ସାହୁ, ରାଜଶ୍ରୀ ଗୌଡ଼ ,ଗୌରହରି ପ୍ରଧାନ, ସୁଶାନ୍ତ ମହାରଣା, କ୍ଷିରୋଦ ପ୍ରଧାନ, ତୁଷାର କାନ୍ତ ବେହେରା ଓ ସଚ୍ଚିଦାନନ୍ଦ ଖାଡଙ୍ଗା ପ୍ରମୁଖ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.