ଚାନ୍ଦବାଲି: ଧସିଲା ୭୦ ଫୁଟର ସାଳନ୍ଦୀ ନଦୀବନ୍ଧ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଆରଡି ପଞ୍ଚାୟତର ଶୀତଳପୁର ଠାରେ ୭୦ ଫୁଟ ଲମ୍ବର ସାଳନ୍ଦୀ ନଦୀର ମାଟି ବନ୍ଧ ଧସିଥିବା ଦେଖିବାକୁ ମିଳିଛି । ମାଟି ବନ୍ଧ ସହ ଜଳ ସମ୍ପଦ ବିଭାଗ ପକ୍ଷରୁ ପଡିଥିବା ପଥର ସବୁ ମଧ୍ୟ ନଦୀ ଭିତରକୁ ଧସିଯାଇଛି । ମାଟି ଅତଡା ଧସିବା ଫଳରେ ବଡ ବଡ ଫାଟ ସୃଷ୍ଟି ହୋଇଛି ।
ଭୟଭୀତ ଅଛନ୍ତି ନଦୀକୂଳିଆ ଲୋକ । ସାଳନ୍ଦୀ ନଦୀରୁ ବାରମ୍ବାର ମାଟି ଅତଡା ଧସୁଥିବା ବେଳେ ଜଳ ସମ୍ପଦ ଏହାର କୌଣସି ପ୍ରତିକାର କରୁନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ନଦୀ ଭିତରେ ଜାଫର କରି ପଥର ପକାଇବାକୁ ଗ୍ରାମବାସୀ ଦାବି କରଛନ୍ତି