ଚିକିତ୍ସାରେ ଅର୍ଥ ସାଜିଛି ବାଧକ : ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି…

ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ଅଧିନସ୍ଥ ରତଙ୍ଗ ପଂଚାୟତ ର ପୋଡାପଡା ଗ୍ରାମର ବିଜୟ ପ୍ରଧାନଙ୍କ ଝିଅ ଗାୟତ୍ରୀ ପ୍ରଧାନ ଆଜକୁ ପ୍ରାୟ ୧୪/୧୫ ବର୍ଷ ହେବ ଆଖି ପତା ଉପରେ ବଢୁଥିବା ମାଂସ ପିଣ୍ଡୁଳା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପରିବାର ଲୋକଙ୍କ କହିବା ନୁସାରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ତାଙ୍କ ବାମ ପାର୍ଶ୍ଵ ଆଖି ପତା ଉପରେ ମାଂସ ପିଣ୍ଡୁ ଳାଟିଏ ଦେଖିବାକୁ ମିଳିଥିଲା l ବାପା ଜଣେ ଦିନ ମଜୁରୀଆ ଗରିବ ଶ୍ରେଣୀ ର ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି, ଝିଅ ର ଚିକିତ୍ସା ପାଇଁ ଧାର କରଜ କରି ପ୍ରଥମେ ଫୁଲବାଣୀ ମେଡିକାଲକୁ ଆଉ ତାପରେ ବ୍ରହ୍ମପୁର ବଡମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ ଡାକ୍ତର ତାଙ୍କ ଆଖି ପତ୍ତା ଉପରେ ବଢୁଥିବା ମାଂସ ପିଣ୍ଡୁଳାକୁ ଅପରେସନ କରି କାଢ଼ିଥିଲେ ଏଂବ କିଛି ଦିନ ପରେ ଆଉ ଥରେ ତାଙ୍କ ଆଖି ପତ୍ତା ଉପରେ ମାଂସ ପିଣ୍ଡୁଳା ପୁନର୍ବାର ବଢିବାରେ ଲାଗିଥିଲା କିନ୍ତୁ ଗରିବ ଅସହାୟ ବାପା, ମାଆ ଅର୍ଥ ଅଭାବରୁ ପାଠ ପଢ଼ୁଥିବା ଘରର ବଡ଼ ଝିଅ ଗାୟତ୍ରୀର ଚିକିତ୍ସା କରିପାରିଲେ ନାହିଁ l ପାଠ ପଢିବାର ଇଚ୍ଛା ଶକ୍ତି ଥିଲେ ମଧ୍ୟ ଅର୍ଥାଭାବରୁ ଚିକିତ୍ସା କରାଇ ପାରି ନଥିଲେ ଏବଂ ପାଠ ପଢ଼ାରେ ପୂର୍ଣ୍ଣ ଛେଦ ଲଗିଲା l ଗାୟତ୍ରୀ ଆଜକୁ ୧୪-୧୫ ବର୍ଷ ହେବ ଆଖି ଯନ୍ତ୍ରଣା ଭୋଗୁଥିବା କଥା ବାପା, ମାଆ ବହୁତ ଦୁଃଖ ପ୍ରକାଶ କରି କହିଛନ୍ତି l ବାପା ମାଆଙ୍କ କହିବା ନୁସାରେ ଡାକ୍ତର ସଫଳ ଅସ୍ତ୍ରପଚାର ନ କରିବା ଫଳରେ ଝିଅ ଆଖି ପତ୍ତା ଉପରେ ପୁନର୍ବାର ମାଂସ ପିଣ୍ଡୁଳା ବଢିବାରେ ଲାଗି ଥିବା ଅଭିଯୋଗ କରିଛନ୍ତି l ଝିଅର ଆଖି ଭଲରେଦେଖା ନ ଯିବା ଦ୍ଵାରା ପାଠ ମଧ୍ୟ୍ୟ ପଢିପାରିଲା ନାହିଁ, ମାଆ ଙ୍କ କହିବାନୁସାରେ ଗାୟତ୍ରୀ ନିଜକୁ ଜଣେ ଅପାଙ୍ଗ ମନେକରି ଦୁଃଖ ପ୍ରକାଶ କରୁଛି ଏଂବ ଭଲରେ ଆଖି ନ ଦେଖାଯିବ ଦ୍ଵାରା ବାପା ମାଆଙ୍କୁ ବୋଝ ସାଜିଥିବା ମନେକରୁଛି l ଗାୟତ୍ରୀର ଚିକିତ୍ସା ପାଇଁ ବାପା, ମାଆ ଓ ସମ୍ପର୍କୀୟ ଜ଼ିଲ୍ଲା ପ୍ରଶାସନ ଓ ସରକାର ନିକଟରେ ଗୁହାରି କରିଛନ୍ତି କି ଗାୟତ୍ରୀର ଚିକିତ୍ସା ନିମନ୍ତେ ତାଙ୍କୁ ସାହାର୍ଯ୍ୟ ଓ ସହଯୋଗର ହାତ ବଢ଼େଇଲେ ହୁଏତ ଆଖି ଭଲରେ ଦେଖାଯିବା ସହ ପାଠ ପଢିବାରେ ଇଚ୍ଛା ଶକ୍ତି ହରାଇ ଥିବା ଏଂବ ନିଜକୁ ଅପାଙ୍ଗ ମନେ କରୁଥିବା ଗାୟତ୍ରୀ ପୁନର୍ବାର ପାଠ ପଢିବା ସହିତ ନିଜର ସ୍ବପ୍ନକୁ ସାକାର କରି ପାରନ୍ତା ଏବଂ ଜ଼ିଲ୍ଲା ପ୍ରଶାସନ ଓ ସରକାରଙ୍କ ନିକଟରେ ଚିର ଋଣୀ ହୋଇ ରହିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ l

nis-ad
Leave A Reply

Your email address will not be published.