ଫୁଲବାଣୀ :-କନ୍ଧମାଳଜିଲ୍ଲାରେ ପାହାଡ଼,ଖଣି ଓ ଜଙ୍ଗଲରେ ଭରି ହୋଇ ରହିଥିବା ଏକ ଜିଲ୍ଲା। ଯେଉଁଠି ଭରପୁର ଖଣିଜ ସମ୍ପଦ ଭରି ହୋଇ ରହିଛି। ହେଲେ ଏହାର ରକ୍ଷଣାବେକ୍ଷଣରେ ବିଭାଗ୍ ବ୍ୟତିକ୍ରମ ହେତୁ ଖଣିଜ ସମ୍ପଦ ଗୁଡ଼ିକ ଆଜି ବି ଖୋଲମ ଖୋଲା ବ୍ୟବସାୟୀ, ସରକାରୀ ଅଧିକାରୀ, ବଡ ବଡ ଠିକାଦାର, ନିର୍ମାଣ କରୁଥିବା ଠିକାଦାର ମାନେ ଲୁଟ ହିଁ ବିଭିନ୍ନ ଉପାୟରେ କରୁଥିବାର ଏବେ ପ୍ରକାଶ ହେଉଛି। ତେବେ ପୂର୍ବରୁ ଖଣିଜ ସମ୍ପଦ ଗୁଡ଼ିକର ରକ୍ଷଣାବେକ୍ଷଣରେ ଗୁରୁତ୍ୱତା ବହନ କରୁଥିଲେ ରାଜସ୍ୱ ବିଭାଗ,ତହସିଲଦାର ମାନେ। ଯେଉଁଥିପାଇଁ ପ୍ରତି ତହସିଲ ଅଞ୍ଚଳରେ ତହସିଲଦାର ମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମ୍ମୁଖରେ ଭଲ ପ୍ରଦର୍ଶନ କରିବା ଆଳରେ ଚଢ଼ାଉ କରି ଅନ୍ତତଃ ଏଥିରୁ ତ କିଛି ପରିମାଣରେ ରାଜସ୍ୱ ସରକାରଙ୍କୁ ଦେଖେଇ ପାରୁଥିଲେ। ଆଉ ନିଜ ପାଇଁ ମଧ୍ୟ କିଛି ସଞ୍ଚୟ କରୁଥିଲେ। ହେଲେ ଗତ ୨୦୨୩ ମସିହା ପର ଠାରୁ ଖଣିଜ ସମ୍ପଦର ସମ୍ପୂର୍ଣ୍ଣ ଦାୟିତ୍ୱ ଖଣି ବିଭାଗ ହାତକୁ ଚାଲିଯାଇଛି। ଯାହାର ପରିଣାମ ସ୍ୱରୂପ ଖଣିଜ ସମ୍ପଦ ଲୁଟ କରୁଥିବା ଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହୋଇଯାଇଛି। ଲୁଚାଛପାରେ ଚାଲିଥିବା ଖାଦାନ ଗୁଡ଼ିକରେ ଏବେ ବେଧଡକ ଭାବେ ପଥର, ବାଲି,ଖଣିଜ ସଂପଦ ଆଦି ବିଭିନ୍ନ ସ୍ଥାନରେ ଲୁଟ ଚଳାଇଛନ୍ତି ସଭିଏଁ। ଆଉ ଏଥିରେ ପୂର୍ବଭଳି କେଉଁଠି ନା କେଉଁଠି ଲୁଟ କାରୀଙ୍କୁ ଖଣି ଲୁଟ କରିବାରେ ଏବେ ବି ସହଯୋଗ କରୁଛନ୍ତି ରାଜସ୍ୱ ବିଭାଗ୍ ଅଧିକାରୀ। ତେଣୁ ତ ଏ ସବୁକୁ ଚଢ଼ାଉ କରି ରୋକିବାରେ ଅସମର୍ଥ ରହିଛି ଖଣି ବିଭାଗ। ଅନ୍ୟପକ୍ଷେ କନ୍ଧମାଳ ଜିଲ୍ଲାରେ ଯେତେସବୁ ରାସ୍ତା ଘାଟ,ବଡ ବଡ କୋଠା, ଏମିଜି ଏନ ଆର ଜି ଏସ ନିର୍ମାଣ ହେଉଛି, ସବୁଠି ବେଆଇନ ପଥର ଖାଦାନ,ମାଟି,ବାଲି ଉଠାନ ଚାଲିଛି। ଆଉ ଏ ସବୁକୁ ରାସ୍ତା ନିର୍ମାଣ କରୁଥିବା ଠିକାଦାର ମାନେ ହିଁ ଚଳାଇଛନ୍ତି। ଠିକାଦାରମାନେ ଏଥିପାଇଁ ରାଜସ୍ୱ ବିଭାଗରୁ ଅନୁମତି ଆଣିଥିବା ବି କହୁଛନ୍ତି। ମୁଖ୍ୟତଃ ବିଭିନ୍ନ ଉନ୍ନୟନ ବିଭାଗ ଅଧୀନରେ ଯେଉଁସବୁ ରାସ୍ତା ,କୋଠା ନିର୍ମାଣ ଜିଲ୍ଲାରେ ଚାଲିଛି ସବୁଠି ବେଆଇ ପଥର ଖାଦାନ ଚାଲିଥିବା ଦେଖିବାକୁ ମିଳୁଛି। ସେପଟେ ଏନେଇଁ ଜିଲ୍ଲା ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଉତ୍ତର ରଖିଛନ୍ତି ଯେ ଆମ ହାତକୁ ଦାଇତ୍ୱ ନେବା ପରଠାରୁ ଆଉ କେଉଁଠି ହେଲେ ଜିଲ୍ଲାରେ ବେଆଇନ ଖଣି ଖାଦାନ ଚାଲିନାହିଁ। ଯେଉଁଠି ଖବର ପାଇଛୁ ତୁରନ୍ତ ଚଢ଼ାଉ କରି ଫାଇନ କାଟିଛୁ ବୋଲି ସେ କହିଛନ୍ତି। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଯେଉଁଠି ଯେଉଁଠି ରାସ୍ତା ନିର୍ମାଣରେ ବେଆଇନ ଖଣି ଖାଦାନ ଚାଲିଛି। ତାକୁ ନେଇ ବିଭାଗ ଓ ଠିକାଦାର ଯେଉଁ ସବୁ ଉତ୍ତର ରଖୁଛନ୍ତି; ସେନେଇ ଗୋଟିଏ ବି କାଗଜପତ୍ର କିନ୍ତୁ ସେମାନେ ଦେଖେଇ ପାରୁନାହାନ୍ତି ବୋଲି ଜିଲ୍ଲା ଖଣି ଅଧିକାରୀ ମଧ୍ୟ ସ୍ପଷ୍ଟ କରିଛନ୍ତି। ଏହା ସହ ଏନେଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭାଗ୍ୟ ଉପରସ୍ତ ଅଧିକାରୀମାନଙ୍କୁ ମଧ୍ୟ ଜଣାଇଥିବା ସେ କହିଛନ୍ତି। ଏହା ସହ କାର୍ଯ୍ୟାଳୟରେ କର୍ମଚାରୀ ବୋଲି କେହି ନଥିବାରୁ ବିଭିନ୍ନ ସମସ୍ୟା ହେଉଛି ବୋଲି ସେ କହିଛନ୍ତି। ତେବେ ଜିଲ୍ଲା ଖଣି ଅଧିକାରୀ ଯେଉଁସବୁ ଚଢ଼ାଉ କରି ଫାଇନ କାଟିଛନ୍ତି ବୋଲି କହୁଛନ୍ତି ସେଥିରୁ ଅନେକ ଟଙ୍କା ଏଯାଏଁ ସରକାରଙ୍କ ନିକଟରେ ଜମା ହୋଇପାରିନାହିଁ। ଏହା ସହ ଖଣି ବିଭାଗ ଯେଉଁସବୁ ଚଢ଼ାଉ କରୁଛି, ସେ ସବୁ କେବଳ ବଜାର ଘାଟ ଦେଇ ଚାଲାଣ ହେଉଥିବା ସାମଗ୍ରୀକୁ ନେଇ ଚଢ଼ାଉ ହୋଇଛି। ହେଲେ କୌଣସି ଖଣି ଖାଦାନ ସ୍ଥଳକୁ ଯାଇ ଚଢ଼ାଉ କରିପାରି ନାହାନ୍ତି କି କୌଣସି ବେଆଇନ ଖଣି ଖାଦାନକୁ ସେ ବନ୍ଦ କରିପାରିନାହାନ୍ତି। ଯାହାକି ଖଣି ଖାଦାନ କୁ ନେଇ ପ୍ରଥମେ ତହସିଲ ବିଭାଗ ଆଉ ଏବେ ଖଣି ବିଭାଗ ସଭିଏଁ କେବଳ ଆଖି ଠାରରେ ଚାଲିବା ସହିତ ଗୋଟିଏ ପଇସାର ଦୁଇଟି ପାର୍ଶ୍ଵ ରେ କାର୍ଯ୍ୟ ହେଉଛି।ତେଣୁ ଖୋଲମ ଖୋଲା ଜିଲ୍ଲାରୁ ଖଣିଜ ସଂପଦ ନଷ୍ଟ ହେଉଛି ଓ ଆଗାମୀ ଦିନରେ ଭୁ କମ୍ପ, ମାଟି ଅତଡା ଖସିବାର ସମ୍ଭାବନା ର ସୂଚନା ମିଳୁଛି ।ରାଜ୍ୟସରକାର ଓ ଜିଲ୍ଲାପାଳ କନ୍ଧମାଳ ଜିଲ୍ଲା ପ୍ରତି ଦୃଷ୍ଟି ଦେବା ସହିତ ଏହି ଅଧିକାରୀ, ବିଭାଗ ପ୍ରତି ଠିକ ଭାବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ଖଣିଜ ସମ୍ପଦ ରହିପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l
Sign in
Sign in
Recover your password.
A password will be e-mailed to you.