ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବ ନେଇ ଘୋଡାଦୌଡ଼ ପ୍ରତିଯୋଗିତା । ସ୍ୱାଭିମାନ ଅଞ୍ଚଳର ଚିତ୍ରକୋଣ୍ଡା ବ୍ଲକ ଲାଉଗୁଡ଼ା ଗାଁରେ ମାଲ୍ୟବନ୍ତ ମହୋତ୍ସବ ନେଇ ଘୋଡ଼ାଦୌଡ଼ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଛି । ଲାଓଗୁଡା ଠାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ୱାରା ଓଡ଼ିଶାରେ ପ୍ରଥମ କରି ଏହି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ପାପରମେଟଲା ପଞ୍ଚାୟତ, ଧୁଳିଫୁଟ ପଞ୍ଚାୟତ ତଥା ଆଖ ପାଖ ଅଞ୍ଚଳର ୨୧ ଜଣ ଘୋଡା ସବାର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ବିଶାଲ ସିଂ, ସାଂସଦ ନବରଙ୍ଗପୁର ରମେଶ ଚନ୍ଦ୍ର ମାଝୀ, ବିଧାୟକ ଚିତ୍ରକୋଣ୍ଡା ପୂର୍ଣ୍ଣଚନ୍ଦ୍ର ବାକା ପ୍ରମୁଖ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିଯୋଗୀତାରେ ପେପରମେଟଲା ପଞ୍ଚାୟତର ରାଜୁ ଖିଲ ପ୍ରଥମ, ସଦନ ପାଙ୍ଗି ଦ୍ୱିତୀୟ ଏବଂ ସୁବାଷ ଖିଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଉପାନ୍ତ ଜିଲ୍ଲାର ଦୁର୍ଗମ ଅଞ୍ଚଳ ରେ ଅନେକ ଲୋକାୟିତ ପ୍ରତିଭା ରହିଛି । ଏମାନଙ୍କୁ ପ୍ରୋତ୍ସାହନ ଦିଆଗଲେ ଏମାନେ ଆହୁରି ଆଗକୁ ଯିବା ନେଇ କହିଥିଲେ ଉପସ୍ଥିତ ଅତିଥିମାନେ ।