ପୂଜାରୀଙ୍କ ଉପରେ ଛେପ ପକାଇଲେ ମହିଳା…

ବେଙ୍ଗାଲୁରୁ: ମହିଳାଙ୍କୁ ମନ୍ଦିର ଭିତରୁ ଘୋଷାଡି ଘୋଷାଡି ଆଣି ବାହାରେ ଫିଙ୍ଗିଲେ ମନ୍ଦିର କର୍ମଚାରୀ। ଘଟଣାଟି ଡିସେମ୍ବର ମାସରେ ଘଟିଥିବା ବେଳେ ମହିଳାଜଣକ ଏବେ ଏନେଇ ଅଭିଯୋଗ କରିବାରୁ ଏହା ସାମ୍ନାକୁ ଆସିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ମନ୍ଦିରର ଜଣେ କର୍ମଚାରୀ ମହିଳାଙ୍କୁ ମାଡ଼ ମାରି ବାହାରକୁ ଘୋଷାଡି ନେଉଛନ୍ତି। ଘଟଣାଟି ଡିସେମ୍ବର ୨୧, ୨୦୨୨ରେ ଘଟିଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି।
ଏହି ଘଟଣା ପରେ ମହିଳାଜଣକ ଜାନୁଆରି ୫ରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ମହିଳାଜଣକ ନିଜ ଏତଲାରେ କହିଥିଲେ ଯେ, ମନ୍ଦିରରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା ଏବଂ ତାଙ୍କୁ ମନ୍ଦିରରୁ ଟାଣି ଟାଣି ବାହାରକୁ ନିଆଯାଇଥିଲା। ମହିଳାଙ୍କ ଅଭିଯୋଗ ପରେ ପୁଲିସ ଆଇପିସିର ଧାରା ୩୫୪, ୩୨୩, ୩୨୪, ୫୦୪, ୫୦୬ଅନୁଯାୟୀ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଥିଲା।
ଏତଲା ପରେ ପ୍ରଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ, ମହିଳାଜଣକ ମନ୍ଦିରକୁ ଯାଇ ଭଗବାନ ଭେଙ୍କଟେଶ୍ବର ତାଙ୍କର ସ୍ବାମୀ ବୋଲି ପୂଜାରୀଙ୍କୁ କହିଥିଲେ। ଏହା ସହ ସେ ଭଗବାନ ଭେଙ୍କଟେଶ୍ବରଙ୍କ ମୂର୍ତ୍ତି ପାଖରେ ବସିବାକୁ ଚାହିଁଥିଲେ। ଏନେଇ ପୂଜାରୀ ଅନୁମତି ନଦେବାରୁ ମହିଳାଜଣକ ତାଙ୍କ ଉପରେ ଛେପ ପକାଇଥିଲେ। ଏଥିରେ ରାଗିଯାଇ ମନ୍ଦିର କର୍ମଚାରୀ ତାଙ୍କୁ ଘୋଷାଡି ଘୋଷାଡି ମନ୍ଦିର ବାହାରେ ଛାଡ଼ିଥିଲେ।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକ ଦାବି କରିଛନ୍ତି ଯେ ମହିଳାଙ୍କ ମାନସିକ ଅବସ୍ଥା ଭଲ ନାହିଁ। ସେଥିପାଇଁ ସେ ଭଗବାନ ଭେଙ୍କଟେଶ୍ବରଙ୍କୁ ନିଜର ସ୍ବାମୀ ବୋଲି ଦାବି କରୁଛନ୍ତି।

nis-ad
Leave A Reply

Your email address will not be published.