ମୋଦୀଙ୍କଠାରୁ ବ୍ୟକ୍ତିଗତ ସହାୟତା ମିଳିବା ଅସମ୍ଭବ : ଗୌତମ ଅଦାନୀ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଘନିଷ୍ଠତା କାରଣରୁ ଅଦାନୀ ଗ୍ରୁପର ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଶିଳ୍ପପତି ଗୌତମ ଅଦାନୀ । ସେ କହିଛନ୍ତି ଯେ, ମୋଦୀଙ୍କଠାରୁ କେହି କୌଣସି ବ୍ୟକ୍ତିଗତ ସହାୟତା ପାଇପାରିବ ନାହିଁ ।
ଟିଭି ଚ୍ୟାନେଲ ଇଣ୍ଡିଆ ଟିଭିର ଏକ କାର୍ଯ୍ୟକ୍ରମନରେ ଯୋଗ ଦେଇ ସେ କହିଛନ୍ତି ଯେ, ଜଣେ ରାଷ୍ଟ୍ରୀୟ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ କୌଣସି ନୀତି ଉପରେ ତାଙ୍କ ସହ ଆଲୋଚନା କରିପାରିବ, କିନ୍ତୁ ତାଙ୍କଠାରୁ କୌଣସି ବ୍ୟକ୍ତିଗତ କାମ ହାସଲ କରିବା ଅସମ୍ଭବ । ସେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ପାଇଁ ନୀତି ନିର୍ଦ୍ଧାରଣ କରନ୍ତି ନାହିଁ, ବରଂ ସାରା ଦେଶ ପାଇଁ କରନ୍ତି ।

ତାଙ୍କ ବ୍ୟବସାୟ ବୃଦ୍ଧି ପଛରେ ମୋଦୀଙ୍କ ହାତ ଥିବା ଅଭିଯୋଗକୁ ଖାରଜ କରି ସେ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ କାରଣ ସେ ଅନେକ ବିରୋଧୀ ଶାସିତ ରାଜ୍ୟରେ ମଧ୍ୟ କାର୍ଯ୍ୟ କରୁଛନ୍ତି। “ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ରାଜ୍ୟରେ ଯେଉଁଠାରେ ସମ୍ଭବ ସର୍ବାଧିକ ନିବେଶ କରିବା … ଅଦାନୀ ଗ୍ରୁପ୍ ଏବେ ଦେଶର ୨୨ ଟି ରାଜ୍ୟରେ କାର୍ଯ୍ୟ କରୁଛି ଏବଂ ଏହି ସମସ୍ତ ରାଜ୍ୟରେ ବିଜେପି ସରକାର ନାହିଁ … ଆମେ କେରଳର ବାମପନ୍ଥୀ ସରକାର, ବଙ୍ଗଳାରେ ମମତା ଦିଦି, ନବୀନ ପଟ୍ଟନାୟକ ଜୀ, ଜଗନମୋହନ ରେଡ୍ଡୀ, କେସିଆରଙ୍କ ସହ ମଧ୍ୟ କାମ କରୁଛୁ… ଯେଉଁଠାରେ ଆଞ୍ଚଳିକ ଦଳର ସରକାର ଅଛନ୍ତି, ସେମାନେ କାର୍ଯ୍ୟ କରୁଛନ୍ତି … ମୁଁ ଆଜି ଆତ୍ମବିଶ୍ୱାସର ସହିତ କହିପାରିବି ଯେ ଏହି ସରକାରମାନଙ୍କ ମଧ୍ୟରୁ କେହି ଆମକୁ କୌଣସି ସମସ୍ୟା ସୃଷ୍ଟି କରିନାହାଁନ୍ତି। “

nis-ad
Leave A Reply

Your email address will not be published.