କାହିଁକି ଅଭିଯୁକ୍ତମାନେ କାର ଅଟକାଇ ନଥିଲେ, କହିଲେ କାରଣ…

ନୂଆଦିଲ୍ଲୀ: ଆମେ ଜାଣିଥିଲୁ ଆମ କାରରେ କେହି ଜଣେ ମହିଳା ଲାଖିଯାଇଛନ୍ତି। ଆଉ ସେ ଛନ୍ଦି ହୋଇ ଘୋଷାଡ଼ି ହେଉଛନ୍ତି। କିନ୍ତୁ ଆମେ ଡରି ଯାଇ କାର ଚଳାଇ ଖସିଯିବାକୁ ଚାହିଁଥିଲୁ। ଗାଡ଼ି ଅଟକାଇଲେ କଣ ହେବ ଭାବି ଆମେ ଭୀଷଣ ଡରିଯାଇଥିଲୁ। ତେଣୁ କାର ଅଟକାଇ ନଥିଲୁ। ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଅଭିଯୁକ୍ତମାନେ ଜେରା ବେଳେ ଏମିତି ଚାଞ୍ଚଲ୍ୟକର ବୟାନ ଦେଛନ୍ତି। ଦୁର୍ଘଟଣା ପରେ କାର ଏକାଧିକ ୟୁଟର୍ଣ୍ଣ ନେଇଥିଲା। ଯଦି କାର ଅଟକାଉଛନ୍ତି ତେବେ ସେମାନେ ଜାଣିଥିଲେ ଯେ, ସେମାନଙ୍କ ବିରୋଧରେ ନିଶ୍ଚିତ ହତ୍ୟା ମାମଲା ରୁଜୁ ହେବ। ତେଣୁ ସେମାନେ କାର ରଖି ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିବାକୁ ଚାହିଁ ନଥିଲେ ବୋଲି ଅଭିଯୁକ୍ତମାନେ କହିଛନ୍ତି ।
ବହୁଚର୍ଚ୍ଚିତ ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ପୀଡ଼ିତା ଅଂଜଳି ସିଂହଙ୍କୁ କାର ଧକ୍କା ଦେବା ପରେ ୧୪କିମି ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥିଲା। ନୂଆ ବର୍ଷଦିନ ଅଞ୍ଜଳି ତାଙ୍କ ସ୍କୁଟିରେ ତାଙ୍କ ବନ୍ଧୁ ନିଧିଙ୍କ ସହ ଯାଉଥିବାବେଳେ ୫ ଜଣ ମଦ୍ୟପ କାର ଚଳାଇ ତାଙ୍କୁ ଧକ୍କା ଦେଇଥିଲେ।
ଅଞ୍ଜଳିଙ୍କ ଗୋଡ଼ କାର୍ ଚକାରେ ଟାଣି ହୋଇଯିବାରୁ ସେ ଘୋଷାରି ହୋଇଯାଥିଲେ। ଘଟଣା ସ୍ଥଳରୁ ତାଙ୍କ ସାଙ୍ଗ ଫେରାର୍ ହୋଇଯାଇଥିଲେ। ତେବେ ଏହି ଦୁର୍ଘଟଣାରେ ଅଞ୍ଜଳିଙ୍କ ମୁଣ୍ଡ ଖପୁରୀ ଭାଙ୍ଗି ଯାଇଥିବା ବେଳେ ଦୁଷ୍କର୍ମ ସହ ଜଡ଼ିତ କୌଣସି ପ୍ରମାଣ ମିଳିନାହିଁ ବୋଲି ଶବବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି। ଅନେକ କିଲୋମିଟର ପର୍ଯ୍ୟନ୍ତ ଘୁଷୁରିବା ପରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଅନ୍ୟପଟେ ଅଞ୍ଜଳିଙ୍କ ପରିବାର ଲୋକେ ଦୋଷୀମାନଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି।

nis-ad
Leave A Reply

Your email address will not be published.