ସୁଖୁଙ୍କ କ୍ୟାବିନେଟ୍ ବିସ୍ତାର, ୭ ଜଣଙ୍କୁ ମିଳିଲା ମନ୍ତ୍ରୀ ପଦ

ଡେରାଡୁନ: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୁଖବିନ୍ଦର ସିଂହ ସୁଖୁ। ହେଲେ କ୍ୟାବିନେଟ୍ କିନ୍ତୁ ସେ ବିସ୍ତାର କରିନଥିଲେ। ଆଜି ସୁଖବିନ୍ଦର ସିଂହ ସୁଖୁ ନିଜ କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି। ସୁଖୁଙ୍କ କ୍ୟାବିନେଟ୍‌ରେ ୭ଜଣ ବିଧାୟକଙ୍କ ମିଳିଛି ମନ୍ତ୍ରୀ ପଦ।

ମନ୍ତ୍ରୀ ପଦ ମିଳିଥିବା ୭ ଜଣ ବିଧାୟକଙ୍କ ମଧ୍ୟରେ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ମଧ୍ୟ ସାମିଲ ଅଛନ୍ତି। ସେହିପରି ଧନୀରାମ ସାଣ୍ଡ୍ୟାଲ, ଚନ୍ଦ୍ର କୁମାର, ହର୍ଷବର୍ଦ୍ଧନ ଚୌହାନ, ଜଗତ ସିଂ ନେଗୀ, ରୋହିତ ଠାକୁର ଓ ଅନିରୁଦ୍ଧ ସିଂହ ରାଜ୍ୟପାଳ ଶପଥ ନେଇଛନ୍ତି। ଏମାନଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାକୁ ମିଶାଇ ସୁଖୁଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି।

ଏହି ଶପଥ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରସିଂ ସୁଖୁ ୬ଜଣ ବିଧାୟକଙ୍କୁ ମୁଖ୍ୟ ସଂସଦୀୟ ସଚିବ ଓ ସଂସଦୀୟ ସଚିବ ଭାବେ ଶପଥ କରାଇଥିଲେ। ଏଥିରେ ସୁନ୍ଦର ସିଂ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ସଂସଦୀୟ ସଚିବ ଭାବେ ନିଯୁକ୍ତ କରାଯାଇଛି। ରାଜକୁମାର ଚୌଧୁରୀ, ମୋହନଲାଲ ବ୍ରାଫଟାଙ୍କୁ ବି ମୁଖ୍ୟ ସଂସଦୀୟ ସଚିବ ଓ ରାମକୁମାରଙ୍କୁ ସଂସଦୀୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

କହିରଖୁ କି ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂହ ସୁଖୁ ଶପଥ ନେବାର ଗୋଟିଏ ମାସ ପରେ ଆଜି ପ୍ରଥମଥର କ୍ୟାବିନେଟ ସମ୍ପ୍ରସାରଣ କରାଯାଇଛି। ହିମାଚଳ ପ୍ରଦେଶରେ କଂଗ୍ରସେ ସରକାର ଗଠନ ପରେ ସୁଖବିନ୍ଦର ସିଂହ ସୁଖୁଙ୍କ କ୍ୟାବିନେଟ୍‌କୁ ନେଇ ବେଶ୍ ଆଲୋଚନା ହୋଇଥିଲା। କିନ୍ତୁ ଦଳୀୟ କନ୍ଦଳ ଯୋଗୁଁ ସୁଖୁଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀଙ୍କ ଚୟନରେ ବିଳମ୍ବ ହୋଇଥିଲା। ଏବେ କିନ୍ତୁ ଏହାର ପରିସମାପ୍ତି ଘଟିଛି। ହେଲେ ଆଜି ଶପଥ ନେଇଥିବା ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇ ନାହିଁ।

nis-ad
Leave A Reply

Your email address will not be published.