ସୁବର୍ଣ୍ଣ ଜୟନ୍ତୀ ଅବସରରେ ମେଗା ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ…

ଚିକିଟୀ :-ଗଞ୍ଜାମ ଜିଲ୍ଲା ଚିକି ଟୀ ଵିଜ୍ଞାପିତ ଅଞ୍ଚଳ ପରିଷଦ ଚିକିଟୀ ପେଣ୍ଠ ନୋଡାଲ ହାଇସ୍କୁଲ ର ପଚାଶ ବର୍ଷ ପୁର୍ତ୍ତି କୁ ନେଇ ସୂବର୍ଣ୍ଣ ଜୟନ୍ତୀ ଅବସରରେ ବିଦ୍ୟାଳୟ ର ପୂରାତନ ଛାତ୍ର ସଂସଦ ଓ ସୁଦୁର ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଜେମସ୍ ହସ୍ପିଟାଲ୍ ର ମିଳିତ ଆନୁକୂଲ୍ୟରେ ଚିକିଟୀ ପେଣ୍ଠ ନୋଡାଲ ହାଇସ୍କୁଲ ପରିସରରେ ତା ୦୮.୦୧/୦୯.୦୧.୨୦୨୩ ରିଖ ଏକ ଦୁଇ ଦିନିଆ ମାଗଣା ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଅଛି । ଏହି ସ୍ବାସ୍ଥ୍ୟ ଚିକିତ୍ସା ଶିବିର କୁ ଚିକିଟୀ ଏନ ଏ ଏସି ଅଧ୍ୟକ୍ଷା ଦିପା କୁମାରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସଂଗଠକ ଶ୍ରୀରୁପ ଦେବ, ଏନ ଏ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ ସଂଗ୍ରାମଜିତ ସାହୁ,ଉପ ଖଣ୍ଡ ଆରକ୍ଷୀ ଅଧିକ୍ଷକ କୃଷ୍ଣଚନ୍ଦ୍ର ଭାତ୍ରା, ପୁରାତନ ଛାତ୍ର ସଂସଦ ସଭାପତି ଡ଼ାକ୍ତର ପ୍ରଭୁ ପ୍ରସାଦ ପଣ୍ଡା, ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ ପଣ୍ଡା, ପୂର୍ବତନ ଦୁଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ସାହୁ ଓ ସୁରେନ ପାଢ଼ୀ ଓ ବର୍ତ୍ତମାନ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ସାହୁ, ଜେମସ୍ ହସ୍ପିଟାଲ ଡେପୁଟି ଜେନେରାଲ ମ୍ୟାନେଜର ଏମ ବିଜୟ ଭାସ୍କର, ଆସିଷ୍ଟାଣ୍ଟ ମେନେଜର ବି ଚିନ୍ନାରାଓ ପ୍ରମୁଖ ଉପସ୍ଥିତ ରହି ପ୍ରଦିପ ପ୍ରଜ୍ବଳନ କରିବା ସହ ଆନୁଷ୍ଠାନିକ ଭାବେ ଶିବିର ର ଶୁଭାରମ୍ଭ କରିଥିଲେ। ସମସ୍ତ ଅତିଥି ସ୍ବାସ୍ଥ୍ୟର ଯତ୍ନ ସମ୍ପର୍କରେ ନିଜ ନିଜ ର ମତ ପ୍ରକାଶ କରି ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ଏବଂ ତା ସାଙ୍ଗକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ଲାଭ ନେବାକୁ ପରାମର୍ଶ ଦେଇଥିଲେ। ଏହି ଶିବିରରେ ସାଧାରଣ ଚିକିତ୍ସା,କାନ,ନାସା,ଗଳା,ଚର୍ମ, ଫୁସଫୁସ,ଶିଶୁ,ଆଖି, ସର୍ଜରୀ,ଇସିଜି ସ୍କାନ,୨ ଡି ଇକୋ, ଅଲଟ୍ରାସାଉଣ୍ଡ,ହାର୍ଟ,ଅର୍ଥୋପେଡିକ ଆଦି ବିଭିନ୍ନ ରୋଗର ଚିକିତ୍ସା ସହ ଔଷଧ ବି ମାଗଣାରେ ପାଇବାରେ ବ୍ୟବସ୍ଥା ଜାରି ରହିଛି। ତେଣୁକରି ଏହି ଦୁଇ ଦିନିଆ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିରକୁ ଚିକିଟୀ ଓ ଆଖ ପାଖ ଅଞ୍ଚଳ ବାସୀଙ୍କୁ ପରିଚାଳନା କମିଟି ତରଫରୁ ସାଦର ନିମନ୍ତ୍ରଣ।

nis-ad
Leave A Reply

Your email address will not be published.