ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ୪ର୍ଥ ଦିବସରେ ବରୁଣେଇ ଦଳ ବିଜୟୀ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ୪ର୍ଥ ଦିଵସରେ ବଡଗଡ ପ୍ରିନ୍ସ ଦଳ ସହ ବରୁଣେଇ ଦଳ ନନ୍ଦଳା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ବଡଗଡ ପ୍ରିନ୍ସ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୦ ୱିକେଟ ବିନିମୟରେ ୧୨୬ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ବରୁଣେଇ ନନ୍ଦଳା ଦଳ ୮ଟି ୱିକେଟ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ରଶ୍ମିରଞ୍ଜନ ମହାରଣା ୩,୩ ଓଭରରେ ୧୯ ରନ୍ ଦେଇ ୩ୱ୍ବିକେଟ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଥିଲେ । ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ବିଜୁ ଜନତା ଦଳ ର ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର ରଶ୍ମିରଞ୍ଜନ ଙ୍କୁୂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଅମୂଲ୍ୟ ରତ୍ନ ପଣ୍ଡା ଓ ସତୀସ କୁମାର ପାଢି ପରିଚାଳନା କରିଥିଲେ। ସ୍କୋରର ଭାବେ ଯୋଗିନ୍ଦ୍ର ନାୟକ ଓ ଆଦିତ୍ୟ ସାହୁ ଅନଲାଇନ ମାଧ୍ୟମରେ ଧାରା ବିବରଣୀ ପ୍ରଦାନ କରିଥିଲେ । ଲିଟୁ ପ୍ରଧାନ, ସିମାଞ୍ଚଳ ପାଣିଗ୍ରାହୀ, ଉମା ମହାରଣା, ସାଗର ବେହେରା, ସଚିନ ସେଠି, ସୁରୁଜ ସୁବୁଦ୍ଧି, ସୁନିଲ ପାଠି ,ଜିତେନ୍ଦ୍ର ଦାସ, ରଜତ ପ୍ରଧାନ, ଟିକୁ ମହାରଣା ଙ୍କ ସମେତ ଆୟୋଜକ ଇଗଲ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.