ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା -୨୦୨୨-୨୩ ଉଦଘାଟିତ…

ଛତ୍ରପୁର : ହକି ପୁରୁଷ ବିଶ୍ୱ କପ୍ -୨୦୨୩ ପ୍ରଚାର ପ୍ରସାର ଉଦ୍ଦେଶ୍ୟ ନେଇ ଶନିବାର ସ୍ଥାନୀୟ ଅନସ୍ଲୋ ସରକାରୀ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ୨୦୨୨-୨୩ ଉଦଘାଟିତ ହୋଇଯାଇଛି l କାର୍ଯ୍ୟକ୍ରମ ର ସଭାପତି ତଥା ଜିଲ୍ଲାଶିକ୍ଷାଧିକାରୀ ବିନିତା କୁମାରୀ ସେନାପତିଙ୍କ ପୌରହିତ୍ୟରେ ଆୟୋଜିତ କ୍ରୀଡା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦ ର ସିଡିଓ ତଥା ଇଓ ଭି କୀର୍ତ୍ତିୱାସନ ୱ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ପ୍ରତିଯୋଗିତା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l

ସମ୍ନାନିତ ଅତିଥି ଭାବେ ଭାରପ୍ରାପ୍ତ ଡୁଡା ପିଡି ତଥା ଗଞ୍ଜାମ ଜିଲ୍ଲାପରିଷଦ ର ଅତିରିକ୍ତ ସିଡିଓ ପ୍ରତାପ ଚନ୍ଦ୍ର ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ବେହେରା, ସମ୍ପାଦକ ତଥା ଜିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ଭାଗୀରଥି ସ୍ୱାଇଁ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଓ ରାଜେଶ କୁମାର ପ୍ରଧାନ,ପବ୍ଲିକ ସ୍କୁଲର ପ୍ରିନସିପାଲ ଜ୍ୟୋସ୍ନା ରାଣୀ ପଟ୍ଟନାୟକ, ଅନଶ୍ଲୋ ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା,ଛତ୍ରପୁର ବିଇଓ ସୀତାରାମ ପାତ୍ର, କୁକୁଡ଼ାଖଣ୍ଡି ବିଇଓ ନୃସିଂହ ଚରଣ ମିଶ୍ର, ଗଞ୍ଜାମ ବିଇଓ ଭାଗିରଥି ବେହେରା ଙ୍କ ସମେତ ଅନ୍ୟ ବ୍ଲକ ର ବହୁ ବିଇଓ ମାନେ ଯୋଗ ଦେଇ ଖେଳାଳି ମାନଙ୍କୁ କ୍ରୀଡ଼ାର ବିକାଶ ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଥିଲେ l ଗଂଜାମ ଜିଲ୍ଲାର ୮ଟି ଜୋନ ର ପ୍ରାୟ ୮୦୦ ରୁ ଉର୍ଦ୍ଧ୍ବ ୧୪ ରୁ ୧୭ ବର୍ଷର ବାଳକ ବାଳିକା ଖୋଖୋ ,କବାଡି ଠୁ ଆରମ୍ଭ କରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା କ୍ରୀଡା ଶିକ୍ଷକ/ ଶିକ୍ଷୟତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ l ଏହି ପ୍ରତିଯୋଗିତା ଆଜିଠୁ ତିନିଦିନ ଧରି ଅନୁଷ୍ଠିତ ହେବ l

nis-ad
Leave A Reply

Your email address will not be published.