ମହୁରୀ କାଳୁଆ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ଶିବିର ଉଦ୍ଘାଟିତ…

ବୁଗୁଡ଼ା : ସ୍ଥାନୀୟ ମହୁରୀ କାଳୁଆ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ଶିବିର କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତୀ ଆଶା ଲତା ଜେନାଙ୍କ ସଂଯୋଜନା ଏବଂ ଅଧ୍ୟକ୍ଷ ଡ଼ଃ ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି | ଜିଲ୍ଲା ସଂଯୋଜକ, ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ରାଜନୀତି ବିଜ୍ଞାନ ଅଧ୍ୟାପକ ଡ଼ଃ ଅମୃତ୍ କୁମାର ସେଠୀ ମୁଖ୍ୟଅତିଥି ଭାବେ ଯୋଗଦାନ ଦେଇ ଛାତ୍ରୀଙ୍କ ସୁରକ୍ଷା ନିମିତ୍ତ ସରକାରଙ୍କ ପ୍ରୋତ୍ସାହନରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଏଵଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରାଇଥିଲେ | ଓଡ଼ିଆ ଅଧ୍ୟାପକ ଡ଼ଃ ପ୍ରସନ୍ନ କୁମାର ବିଷୋୟୀ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ | ଏହି ସୁରକ୍ଷା ଭିତ୍ତିକ ତାଲିମ୍ କେବଳ ଶିବିର ମଧ୍ୟରେ ସୀମିତ ନ ରଖି ଦୈନନ୍ଦିନ ଜୀବନରେ ବଜାୟ ରଖି ନିଜକୁ ସୁରକ୍ଷିତ ରଖିବାର କୌଶଳକୁ କରାୟତ୍ତ କରିବା ପାଇଁ ଅତିଥି ବୃନ୍ଦ ଆହ୍ବାନ ଜଣାଇଥିଲେ | ଅଧ୍ୟାପକ ସର୍ବଶ୍ରୀ ଉମେଶ କୁମାର ପାତ୍ର, ସନ୍ତୋଷ କୁମାର ବେହେରା, ସୁଦାମ ଚରଣ ସାହୁ, ଏ ସତ୍ୟ ନାରାୟଣ ସେନାପତି, ଡ଼ଃ ଶିବାନନ୍ଦ ପାଣିଗ୍ରାହୀ, ସନ୍ତୋଷ କୁମାର ମହାରଣା, ରସାୟନ ବିଭାଗ ପ୍ରଦର୍ଶକ ସିମାଞ୍ଚଳ ପଟ୍ଟନାୟକ, ଶାରିରୀକ ଶିକ୍ଷକ ଶ୍ରୀ ତ୍ରିପତି ବିଷୋୟୀ, ଗ୍ରାନ୍ଥିକ ଅକ୍ଷୟ ପାତ୍ର, କିରାଣୀ ଅନ୍ତର୍ଯ୍ୟାମୀ ଦାସ, ଦିଲ୍ଲୀପ ରଥ ଏବଂ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ | ଇଂରାଜୀ ଅଧ୍ୟାପକ ଡ଼ଃ ଦୈତ୍ୟାରି ବେଜ ଧନ୍ୟବାଦ୍ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ଆଠଦିନ ଧରି ଚାଲୁ ରହିବ |

nis-ad
Leave A Reply

Your email address will not be published.