ସ୍ବାଭିମାନ ଅଂଚଳରୁ ‘ଘରେ ଘରେ ପୁଷ୍ଟି’ ପ୍ରୟାସର ଶୁଭାରମ୍ଭ…

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳର ଘରେ ଘରେ ପୁଷ୍ଟି ପ୍ରୟାସର ଶୁଭ ଆରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଯନ୍ତାପାଇ ଠାରେ ମୁଖ୍ୟ ଅତିଥି ଭାବେ କୃଷି ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୃଷି ସଚିବ ଅରବିନ୍ଦ ପାଢ଼ୀ, କୃଷି ବିଭାଗୀୟ ନିର୍ଦେଶକ ପ୍ରେମଚାନ୍ଦ ଚୌଧୁରୀ, ଉଦ୍ୟାନ କୃଷି ନିର୍ଦେଶକ ରୋହିତ ଲେଙ୍କା, ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ଜିଲ୍ଲାପାଳ ବିଶାଲ ସିଂ, ବ୍ଲକ ଅଧ୍ୟକ୍ଷା ରାଜେଶ୍ବରୀ ଖିଲଙ୍କ ଦ୍ଵାରା ଘରେ ଘରେ ପୃଷ୍ଟି ଯୋଜନାର ଶୁଭ ଉଦଘାଟନ ହେଇଯାଇଛି।

ସକାଳୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯନ୍ତାପାଇରେ ପହଂଛି ଥିଲେ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ । ସେଠାରେ ଜିଲ୍ଲା ପ୍ରଶାସନ ତରଫରୁ ମାଲକାନଗିରି ଜିଲ୍ଲା ଜିଲ୍ଲାପାଳ ବିଶାଳ ସିଂ, ସାଂସଦ ରମେଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମନ୍ତ୍ରୀ ଓ ସଚିବଙ୍କୁ ସ୍ୱାଗତ କରିଥିଲେ। ଯନ୍ତାପାଇ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏଠାରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ବିଧିବଦ୍ଧ ଭାବେ ଘରେ ଘରେ ପୃଷ୍ଟି ସହାୟକ କର୍ଯ୍ୟକ୍ରମର ଶୁଭ ଆରମ୍ଭ କରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମରେ ମାଲକାନଗିରି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ମାଲକାନଗିରି ଜିଲ୍ଲାରେ ରହିଥିବା ପୁଷ୍ଟିହୀନତାର ଶିକାର ମହିଳା, ଶିଶୁମାନଙ୍କ ପାଇଁ ସରକାରଙ୍କର ଏହି ଯୋଜନା ଫଳପ୍ରଦ ହେବ ବୋଲି କୁହାଯାଇଥିଲା। ପ୍ରଥମେ ୩୦ ଜିଲ୍ଲାର ୮ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ ପାଇଁ ଲକ୍ଷ ରଖାଯାଇଥିବା ସହ ପ୍ରତ୍ୟେକ ପରିବାରକୁ ୧୦ ଟି ଉନ୍ନତମାନର ଫଳ ଓ ପନିପରିବାର ଚାରା ଓ ବିହନ ପୁଡ଼ିଆ ପ୍ରଦାନ କରାଯାଇଥିଲା।

ରାଜ୍ୟ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଲୋକ ନିଜ ଘର ପଛରେ ବଗିଚା ସୃଷ୍ଟି କରିବା ସହ ପରିବାରକୁ ତାଜା ଓ ସ୍ବାସ୍ତ୍ୟ କର ଖାଦ୍ୟ ଯୋଗାଇବାରେ ସହାୟକ ହେବ ବୋଲି ଲକ୍ଷ୍ୟ ରଖା ଯାଇଛି। ଓଡ଼ିଶାର ମିଲେଟ ମିଶନକୁ ରାଜ୍ୟ ସରକାର ପ୍ରଧାନ୍ୟ ଦିଆଯାଇଥିବା କହିଥିଲେ।ମାଲକାନଗିରି ଜିଲ୍ଲା ଏକ ଅଗ୍ରଣୀ ଜିଲ୍ଲା ହିସାବରେ କାର୍ଯ୍ୟକାରିତା କରୁଛଇ। ମନ୍ତ୍ରୀହ୍କ ଦ୍ବାରା ଆଜି ଠାରୁ ଏଠାରେ ମାଣ୍ଡିଆ ମଣ୍ଡିର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ସାରା ବିଶ୍ବରେ ମିଲେଟ ମିଶନକ ଏକ ମୋଡେଲ ହିସାବରେ ନିଆଯାଇଛି। ତେଣୁ ଏହି ଅଂଚଳର ମାଣ୍ଡିଆ ଚାଷି ମଣ୍ଡିରେ ମାଣ୍ଡିଆ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଧାରି ପାରିବେ। ପୁଷ୍ଟିହୀନତାକୁ ରୋକିବାରେ ଏହା ସଫଳ ପ୍ରୟାସ ବୋଲି କୁହାଯାଇଥିଲା।

ତେବେ ଓଡ଼ିଶା ସରକାରଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ଓ ପୁଷ୍ଟିହୀନତା ମୁଖ୍ୟ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଇଛି। ପରେ ସେଠାରୁ ଦୁଇ କିଲୋମିଟର ଦୂର ଲାଓଗୁଡା ଠାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ୱାରା ଓଡ଼ିଶାରେ ପ୍ରଥମ କରି ଆୟୋଜନ କରଯାଇଥିବା ଘୋଡା ଦୌଡ଼ ପ୍ରତିଯୋଗିତା। ଏହି କାର୍ଯ୍ୟକ୍ରମକୁ ମଧ୍ୟ ମନ୍ତ୍ରୀ ଶ୍ରୀ ସ୍ବାଇଁ ଉଦଘାଟନ କରିଥିଲେ। ପାପରମେଟଲା ପଂଚାୟତ, ଧୁଳିଫୁଟ ପଂଚାୟତ ଅନ୍ତର୍ଗତ ଆଖ ପାଖ ଅଞ୍ଚଳ ର ୨୧ ଜଣ ଘୋଡା ସବାର ଏହି ଘୋଡାଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.