ଗଞ୍ଜେଇ ମାଫିଆଙ୍କ ଆକ୍ରମଣ ରେ ଆହତ ପୋଲିସ କର୍ମୀ…

ମାଲକାନଗିରି: ଗଞ୍ଜେଇ ଚାଷ ନଷ୍ଟ ବେଳେ ପୁଲିସକୁ ଆକ୍ରମଣ ହୋଇଛି । ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ୩ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାରେ ଜଣେ ହୋମ ଗାର୍ଡଙ୍କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଛନ୍ତି । ସୂଚନା ଅନୁଯାୟୀ ଏସଡିପିଓଙ୍କ ନେତୃତ୍ବରେ ମାଲକାନାଗିରି ଜିଲା ଓର୍କେଲ ଥାନା ରାଜାବନ୍ଧ ଗାଁରେ ଅଜି ପୁଳିସ ଚଢ଼ାଉ କରିଥିଲା । ଗଞ୍ଜେଇ ଚାଷ ହୋଇଥିବା ନେଇ ଖବର ପାଇବା ପରେ ପୁଲିସ ପୋକ୍ଷରୁ ଗଞ୍ଜେଇ ଚାଷ ନୋଷ୍ଟ କରିବାକୁ ପ୍ରୟାସ କରୁଥିବା ବେଳେ ଗାଁ ଲୋକ ପ୍ରବଳ ବିରୋଧ କରିଥିଲେ । ଫଳରେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା । ଏଥିରେ ତିନି ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ଜଣେ ହୋମଗାର୍ଡକୁ ଗ୍ରାମବାସୀ ମାନେ ଅଟକ ରଖିଥିବା ମଧ୍ୟ ଜଣାପଡ଼ିଛି । ଅର୍କେଲ ଏସଡିପିଓଙ୍କ ନେତୃତ୍ବରେ ଅତିରିକ୍ତ ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗାଁରେ ପୌସ ପର୍ବ ଚାଲିଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.