ଚାଉଳ ଡାଲି ବୋଝେଇ ଟ୍ରକ ଭେଟଖୋଲ ଘାଟିରେ ଓଲଟିଲା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର…

ଫୁଲବାଣୀ,ଖଜୁରୀପଡ଼ା : କନ୍ଧମାଳ ବୌଦ୍ଧ ଜିଲ୍ଳା କୁ ସଂଯୋଗ କରୁଥିବା ରାଜ ରାସ୍ତା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦାଦପାଜୁ ନିଟକବର୍ତ୍ତୀ ଭେଟଖୋଲ ଘାଟିରେ ଚାଉଳ ଡାଲି ବୋଝେଇ ଟ୍ରକ ଓଡି ୨୧- ଇ – ୨୭୪୦ ଭାରସାମ୍ୟ ହରାଇ କୋଡ଼ିଏ ଫୁଟ ତଳକୁ ଓଲଟିବା ଫଳରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ଯାହା ସୂଚନା ରହିଛି ଆଜି ସକାଳ ଭୋରରୁ କୁହୁଡ଼ି ପଡିଥିବା ବେଳେ ରାସ୍ତା ଦେଖାଯାଉ ନଥିବାରୁ ରାଇପୁରରୁ ପୁରୀ ମନ୍ଦିର ଅଭିମୁଖେ ଯାଉଥିବା ଚାଉଳ ଡାଲି ବୋଝେଇ ଟ୍ରକ ଭାରସାମ୍ୟ ହରାଇ କୋଡ଼ିଏ ଫୁଟ ତଳକୁ ଟ୍ରକଟି ଓଲଟି ପଡିଥିଲା l ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ସ୍ଥାନୀୟ ଲୋକଙ୍କ ଯୋଗା ଯୋଗ ଫଳରେ ଖଜୁରୀପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l

nis-ad
Leave A Reply

Your email address will not be published.