ସି.ସି.ଟିଭି ଦ୍ବାରା ସମ୍ପୂର୍ଣ୍ଣ ଅନ୍ତର୍ଭୁକ୍ତି କରଣ ହେଲା ବୁଗୁଡ଼ା ସହର…

ବୁଗୁଡ଼ା (୦୬/୦୧) : ଜନତାଙ୍କ ସୁରକ୍ଷା ଏବଂ ଅପରାଧିକ କାର୍ଯ୍ୟକଳାପକୁ ଲଗାମ୍ ଦେବା ସକାଶେ ବୁଗୁଡ଼ା ସହରର ବିଭିନ୍ନ ଛକରେ ସି.ସି.ଟିଭି କ୍ଯାମେରା ଲଗାଇବା ନିମନ୍ତେ ଦୀର୍ଘ ଦିନ ହେଲା ସାଧାରଣରେ ଦାବି ହୋଇ ଆସୁଥିଲା ବେଳେ ଆଜି ତାହା ପୂରଣ ହୋଇଛି । ସ୍ଥାନୀୟ ପୋଲିସ ଥାନା ପକ୍ଷରୁ ଆୟୋଜିତ “ବୁଗୁଡ଼ା ସହରକୁ ସି.ସି.ଟିଭି ଦ୍ବାରା ସମ୍ପୂର୍ଣ୍ଣ ଅନ୍ତର୍ଭୁକ୍ତି କରଣ” କାର୍ଯ୍ୟକ୍ରମକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପୋଲିସ୍ ଆଇଜି ସତ୍ଯବ୍ରତ ଭୋଇ ଏବଂ ଡିଆଇଜି ବ୍ରିଜେଶ୍ କୁମାର ରାୟ , ଭଞ୍ଜନଗର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବୁଗୁଡା ଥାନା ଆଇଆଇସି ଚିତ୍ତ ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ଥାନା ପରିସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , ବ୍ଲକ୍ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ସମାଜସେବୀ କେ.ନୀଳମାଧବ ଆଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପୋଲସରା ବିଧାୟକଙ୍କ ହାତପାଣ୍ଠି ବିନିଯୋଗରେ ବୁଗୁଡ଼ା ସହରାଞ୍ଚଳର ବଡଶଙ୍ଖ, ନୂଆଁ ବସଷ୍ଟାଣ୍ଡ , ହାଇସ୍କୁଲ ଛକ, ପୂରୁଣା ବସଷ୍ଟାଣ୍ଡ , ମଦନ ମୋହନ ଛକ, ବୁଦ୍ଧଖୋଲ ଗେଟ୍ ଛକ , ସିନେମା ହଲ୍ ଛକ, ବଡଦାଣ୍ଡ, ବାଗଦେବୀ ରୋଡ଼, ଖଦାଳସାହି ଛକ, ଥାନା ରୋଡ ସମେତ ବିଭିନ୍ନ ସ୍ଥାନରେ ୨୨ଟି ସି.ସି.ଟିଭି କ୍ଯାମେରା ଖଞ୍ଜା ଯାଇଥିବା ଜଣାଯାଇଛି । ସେହିପରି ଗ୍ରାମାଞ୍ଚଳର କରସିଙ୍ଗି, ଗୋଲିଆ, ମୋଟାବାଡ଼ି, ମାଣିତରା, ଷୋଳମଇଲି ଆଦି ଗାଁ ଛକରେ ମଧ୍ୟ ସି.ସି.ଟିଭି କ୍ଯାମେରା ଲଗାଯାଇ ଅପରାଧିକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ପାଇଛି । ଏ ଅବସରରେ ବୁଗୁଡା ପୋଲିସ୍ ଥାନା ଅନ୍ତର୍ଗତ କରସିଙ୍ଗି ଛକରେ ପୋଲିସ ସହାୟତା କେନ୍ଦ୍ରର ଉଦଘାଟନ ମଧ୍ୟ ହୋଇଯାଇଛି ।

nis-ad
Leave A Reply

Your email address will not be published.