ଆବାସ ଯୋଜନାରେ ଲାଞ୍ଚ ଅଭିଯୋଗ, ଜିଓ ଟ୍ୟାଗ ପାଇଁ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଗାଁ ସାଥି…

ଦାରିଙ୍ଗବାଡି,୬/୧/୨୩ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଗୃହହୀନ ତଥା ଦାରିଦ୍ର୍ୟ ସୀମା ରେଖା ତଳେ ରହିଥିବା ପରିବାରଙ୍କୁ ଗୃହ ଯୋଗାଇ ଦେବା ନିମନ୍ତେ ଯୋଜନା କରିଥିବା ବେଳେ ଘରର ଜିଓ ଟ୍ୟାଗ ପାଇଁ ହିତାଧିକାରୀଙ୍କ ଠାରୁ ଗାଁ ସାଥୀ ମାନେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ଲାଞ୍ଚ ନେବା ସମୟର ଏକ ଭିଡିଓ ହୋଇଥିବା ବେଳେ ତାହା ଏବେ ମୋବାଇଲ କୁ ମୋବାଇଲ ଘୁରି ବୁଲୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ଝିଞ୍ଜିରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗରଡମାହାର ଇନ୍ଦ୍ର କଲୋନୀ ସାହିରେ । ଉକ୍ତ ସାହିର କିଛି ହିତାଧିକାରୀ ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାମ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ହିତାଧିକରିଙ୍କ ବର୍ତ୍ତମାନ ଘରେ ରହୁଥିବା ଫୋଟ ଓ ଘର କରିବାକୁ ଚାହୁଁଥିବା ସ୍ଥାନର ଫୋଟ ଉଠାଇବା ସହ ଜିଓ ଟ୍ୟାଗ କରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏଥି ନିମନ୍ତେ ବ୍ଲକ ପ୍ରଶାସନ ପଞ୍ଚାୟତର ଜିଆରଏସ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ସହ ଅନ୍ୟ କର୍ମଚାରୀଙ୍କୁ ଜିଓ ଟ୍ୟାଗ କରିବା ପାଇଁ ନିର୍ଦ୍ଦେଶ କରିଛନ୍ତି । ହେଲେ ଝିଞ୍ଜିରିଗୁଡ଼ା ପଞ୍ଚାୟତରେ ଗାଁ ସାଥି ମାନେ ଜିଓ ଟ୍ୟାଗ କରୁଥିବା ଦେଖିବାକୁ ମିଳିଥିଲା । ଗାଁ ସାଥୀ ଖ୍ରୀଷ୍ଟଦାସ ସିଂ ଓ
ସନତ ମନ୍ତ୍ରି ଜିଓ ଟ୍ୟାଗ ପାଇଁ ହିତାଧିକାରୀଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ଲାଞ୍ଚ ନେଉଥିବା ସହ ଲାଞ୍ଚ ମାଗୁଥିବା ଭିଡିଓ ଦେଖିବାକୁ ମିଳିଛି । ଗୋଟିଏ ପଟେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ମୁକ୍ତ କହୁଥିବା ବେଳେ ଅନ୍ୟ ପଟେ ହିତାଧିକାରୀ ଙ୍କୁ ଘର ନ ମିଳିବା ପୂର୍ବରୁ ଦୁର୍ନୀତି ଆରମ୍ଭ ହୋଇଯାଇଛି । ଘର ମିଳିବା ପରେ ଦୁର୍ନୀତି କେଉଁ ରୂପ ନେବ ତାହା ଦେଖିବାକୁ ବାକି ରହିଲା । ହେଲେ ଉକ୍ତ ଘଟଣାକୁ ବ୍ଲକ ପ୍ରଶାସନ ଆଦ୍ୱୋ ଗୁରୁତ୍ଵ ଦେଉନଥିବ ବେଳେ ଅଧିକାରୀ ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି । ଅନ୍ୟ ପଟେ ଜିଓ ଟ୍ୟାଗ ଫୋଟ ଉଠାଇବା ପାଇଁ ବିଡ଼ିଓ ଜିଆରଏସ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାଇତ୍ୱ ଦେଇଥିବା ବେଳେ ଅଧିକାରୀ ନିଜେ ଜିଓ ଟ୍ୟାଗ ଫୋଟ ନଉଠାଇ ଗାଁ ସାଥି ମାନଙ୍କୁ କିଭଳି ଫୋଟ ଉଠାଇବା ପାଇଁ ଅଧିକାର ପ୍ରଦାନ କଲେ ତାହା ଏବେ ତଦନ୍ତ ସାପେକ୍ଷ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି । ଏନେଇ ଗାଁ ସାଥି ସନତ ମନ୍ତ୍ରୀଙ୍କୁ ପଚାରିବାରୁ ସେ ହିତାଧିକାରୀଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ଲାଞ୍ଚ ନେଇଥିବା କଥାକୁ ସ୍ବୀକାର କରିଛନ୍ତି। ଦୁର୍ନୀତିରେ ଲିପ୍ତ ଥିବା ଗାଁ ସାଥି ସହ ଦାଇତ୍ୱରେ ଥିବା ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

nis-ad
Leave A Reply

Your email address will not be published.